ଘଟଣା ଓ ଦୁର୍ଘଟଣା

ରୋଷେଇ ବେଳେ ଗ୍ୟାସ୍ ଲିକ୍: ପୋଡ଼ି ହୋଇ ଦୁଇ ଜଣ ଗୁରୁତର

By Angul TV Bureau

August 20, 2026

ଅନୁଗୋଳ: ଘରେ ରୋଷେଇ କରୁଥିବା ସମୟରେ ଗ୍ୟାସ ଲିକ ହୋଇ ନିଆଁ ଲାଗିଯିବାରୁ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ସ୍ଥାନୀୟ ବାରକୋଟ ଥାନା ଅନ୍ତର୍ଗତ ଗୁରୁସଙ୍ଗ ଗ୍ରାମରେ ଘଟିଛି। ଆହତ ଦୁଇ ଜଣ ହେଲେ ନନ୍ଦ ଧୀବାର ଓ ଝୁନୁ ମହାକୁଡ଼।

ସୂଚନା ଅନୁଯାୟୀ, ଘରେ ରୋଷେଇ ଚାଲିଥିବା ବେଳେ ହଠାତ୍ ଗ୍ୟାସ ଟାଙ୍କିରୁ ଲିକ ହୋଇ ନିଆଁ ବ୍ୟାପିଯାଇଥିଲା। ଫଳରେ ଉଭୟେ ପୋଡ଼ି ହୋଇ ଗୁରୁତର ଭାବେ ଆହତ ହୋଇଥିଲେ। ପରିବାର ଲୋକେ ଏବଂ ସ୍ଥାନୀୟ ବାସିନ୍ଦା ତୁରନ୍ତ ଉଦ୍ଧାର କରି ସେମାନଙ୍କୁ ପାଳଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ଡାକ୍ତରଖାନା ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଉଭୟଙ୍କ ଶରୀରର ପ୍ରାୟ ୫୦ ରୁ ୬୦ ପ୍ରତିଶତ ପୋଡ଼ି ଯାଇଛି। ବର୍ତ୍ତମାନ ଡାକ୍ତରଖାନାରେ ସେମାନଙ୍କର ଚିକିତ୍ସା ଜାରି ରହିଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।