ଘଟଣା ଓ ଦୁର୍ଘଟଣା

ଗ୍ୟାସ ପାଇପ୍ ଲିକ୍ ଅଗ୍ନିକାଣ୍ଡ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ

By Angul TV Bureau

September 22, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ବାମୁର ପଞ୍ଚାୟତ କଳାବେଡା ଗାଁରେ ଗ୍ୟାସ ପାଇପ୍ ଲିକ୍ ହୋଇ ଲାଗିଥିବା ନିଆଁରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ଗତ ଗଣେଶ ପୂଜା ପୂର୍ବଦିନ ସକାଳେ ଗ୍ୟାସ ଲିକ୍ ହୋଇ ନିଆଁ ଲାଗି ରୋହିତ ପ୍ରଧାନ (୩୦)ଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଗୁରୁତର ଆହତ ହୋଇ କଟକ ଅଶ୍ୱିନୀ ହସପିଟାଲରେ ଚିକିତ୍ସାଧୀନ ଥିବା ତରୁଣ ପ୍ରଧାନ (୫୨)ଙ୍କ ଆଜି ମୃତ୍ୟୁ ହୋଇଥିବା ସୂଚନା ମିଳିଛି।