ମୁଖ୍ୟ ଖବର

ଗ୍ୟାସ ଚଢା ଦରରେ ବିକ୍ରି ଅଭିଯୋଗ, ଦୋକାନରେ ଚଢ଼ାଉ

By Angul TV Bureau

March 13, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଯୋଗାଣ ବିଭାଗ ଟିମ୍, ଡେପୁଟି କଲେକ୍ଟର ଧର୍ମେନ୍ଦ୍ର ଶତପଥୀ ଓ ପୋଲିସ ଉପସ୍ଥିତିରେ ତାଳଚେର ବାଇପାସ୍ ଛକରେ ଥିବା ଏକ ଗ୍ୟାସ ଦୋକାନରେ ଚଢ଼ାଉ କରିଛି। ଚଢ଼ାଉ ସମୟରେ ୫ କେଜିର ୧୯ଟି ଓ ୧୪ କେଜିର ୬ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି। ଏନେଇ ଏକ ମକଦ୍ଦମା ରୁଜୁ ହୋଇଥିବା ଜଣାପଡିଛି।‌ ବଡ଼ ସିଲିଣ୍ଡରରୁ ଗ୍ୟାସ ଭର୍ତ୍ତି କରି ଛୋଟ ସିଲିଣ୍ଡରରେ ଚୋରାରେ ଚଢା ଦରରେ ବିକ୍ରି କରାଯାଉଥିବା ଅଭିଯୋଗ ରହିଛି।