ଘଟଣା ଓ ଦୁର୍ଘଟଣା

ଗ୍ୟାସ୍ ଟାଙ୍କି ବିସ୍ଫୋରଣ, ୪ ଗୁରୁତର

By Angul TV Bureau

November 03, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ତଥା ରେଙ୍ଗାଳି ଥାନା ବାଲିପଶି ଗ୍ରାମରେ ଭୟଙ୍କର ଗ୍ୟାସ୍ ଟାଙ୍କି ବିସ୍ଫୋରଣ ଜନିତ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣ ଗୁରୁତର ଆହତ ହୋଇଛନ୍ତି । ତିନି ଜଣ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତର ହୋଇଥିବା ବେଳେ ଅନ୍ୟ ଜଣେ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛି। ସୂଚନା ଯେ, ମଙ୍ଗଳବାର ଦିନ ସାଢ଼େ ମଧ୍ୟାନରେ ବାଲିପଶି ଗ୍ରାମର ସନ୍ତୋଷ ପ୍ରଧାନ (୪୦)ଙ୍କ ପତ୍ନୀ ସୁଜାତା ପ୍ରଧାନ (୩୫) ଘରେ ରୋଷେଇ କରୁଥିଲେ। ସେତିକିବେଳେ ଗ୍ୟାସ୍ ଲିକ୍ ହୋଇ ସମଗ୍ର ଘରକୁ ନିଆଁ ଚରି ଯାଇଥିଲା। ଏଥିରେ ସୁଜାତାଙ୍କ ସମେତ ତାଙ୍କ ଝିଅ ସୀମା (୧୬) ଓ ପୁଅ ରିତେଶ (୧୪) ଜଳି ଯାଇଥିଲେ । ନିଆଁ ଲାଗି ଗ୍ୟାସ୍ ଟାଙ୍କି ଫାଟିଯିବାରୁ ପାଖରେ ଥିବା କାନ୍ଥ ଭାଙ୍ଗି ଯାଇଥିଲା। କାନ୍ଥ ପାଖରେ ବସିଥିବା ସନ୍ତୋଷଙ୍କ ଉପରେ ମାଡ଼ି ବସିବାରୁ ସେ ମଧ୍ୟ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ପଡ଼ୋଶୀ ତାଙ୍କୁ ଉଦ୍ଧାର କରି ପ୍ରଥମେ ଏନ୍‌ଟିପିସି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବାପ-ଝିଅଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପରବର୍ତୀ ସମୟରେ ରିତେଶ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ତିନି ଜଣଙ୍କୁ ଭୁବନେଶ୍ବର ଏମ୍‌ସକୁକ ନିଆଯାଇଥିବା ସୂଚନା ମିଳିଛି।