ମୁଖ୍ୟ ଖବର

ଗୌର ଗୋବିନ୍ଦ କ୍ରୀଡା ସଂସଦ ସମ୍ପାଦକ ନୀର୍ବାଚିତ

By Biswaranjan Pattnaik

May 23, 2023

ଅନୁଗୁଳ: ବହୁ ଅପେକ୍ଷିତ ଅନୁଗୁଳ ଜିଲ୍ଲା କ୍ରୀଡା ସଂସଦର ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଳାପାଳଙ୍କ କୋର୍ଟ ରୁମରେ ଏଥିପାଇଁ ବୁଥ ପ୍ରସ୍ତୁତ କରାଯାଇଥିଲା। ଦିନ ଦଶଟା ରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଥିଲା। ଅପରାହ୍ନ ସାଢେ ଗୋଟାଏରେ ଫଳାଫଳ ଘୋଷଣା କରାଯାଇଥିଲା। ତାଳଚେରର ଡା ଗୌର ଗୋବିନ୍ଦ ସାମନ୍ତ ୨୩-୧୩ ଭୋଟରେ ନିଜ ନିକଟତମ ପ୍ରତିଦ୍ବନ୍ଦି ରୁଚିର କୁମାର ଦାସଙ୍କୁ ହରାଇ ସଂସଦର ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ଏଥି ପୁର୍ବରୁ ନେତ୍ରାନନ୍ଦ ମହାକୁଡ଼ ଉପସଭାପତି,ଅଜିତ କୁମାର ତ୍ରିପାଠୀ ଯୁଗ୍ମ ସମ୍ପାଦକ ଏବଂ କିଶୋର କର କୋସାଧ୍ୟକ୍ଷ ଭାବେ ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚିତ ହୋଇଥିଲେ। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସବୁ ବିଜେତାଙ୍କୁ ପ୍ରମାଣପତ୍ର ପ୍ରଦାନକରିଥିଲେ। କ୍ରୀଡା ସଂସଦର ପୂର୍ବତନ ସମ୍ପାଦକ ନୀଳମଣି ରାଉତ,ଆଇନଜୀବୀ ପ୍ରଦୀପ ଦେବତା ଓ ଅନ୍ୟ ବହୁ କ୍ରୀଡା ପ୍ରେମୀ ଓ ସଂଗଠକ ବିଜୟୀ ମାନଙ୍କୁ ଶୁଭେଛା ଜଣାଇବା ସହ ଜିଲ୍ଲାରେ କ୍ରୀଡ଼ାର ବିକାଶରେ ସେମାନେ ପ୍ରଭୁତ କାର୍ଯ୍ୟ କରିବେ ବୋଲି ଆଶା କରିଛନ୍ତି ।