ମୁଖ୍ୟ ଖବର

ସାତକୋଶିଆରେ ପୁଣି ଏକ ଗୟଳ ମୃତ, ୧୦ ଦିନରେ ଏହା ତୃତୀୟ

By Biswaranjan Pattnaik

July 06, 2022

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରେ ଗୋଟିଏ ପରେ ଗୋଟିଏ ଜୀବଙ୍କ ଜୀବନ ଯାଉଛି। ହାତୀ ପରେ ଏଠାରେ ଏବେ ଏକ ଗୟଳର ମୃତ୍ୟୁ ଘଟିଛି। ଲଗାତର ଏହାକୁ ମିଶାଇ ୧୦ ଦିନ ମଧ୍ୟରେ ୩ଟି ଗୟଳଙ୍କ ଜୀବନ ଗଲାଣି। ରବିବାର ପୁରୁଣାକୋଟ ବନାଞ୍ଚଳରେ ପୁଣି ଏକ ଗୟଳର ମୃତ୍ୟୁ ହୋଇଛି।

ଗତ ମାସ ୩୦ ତାରିଖରେ ଛୋଟକେଇ ଅଞ୍ଚଳରେ ପ୍ରଥମେ ଏକ ଗୟଳର ମୃତ୍ୟୁ ଘଟିଥିଲା। ସେହି ଦିନ ହିଁ ଜଙ୍ଗଲରେ ଆଉ ଏକ ଗୟଳର ମୃତ୍ୟୁ ଘଟଣା ବନବିଭାଗକୁ ଚିନ୍ତାଗ୍ରସ୍ତ କରିଥିଲା ରାଇଥିଲା । ଏହାର ଦୁଇଦିନର ଅନ୍ତରରେ ରବିବାର ସେହି ବନାଞ୍ଚଳରେ ଆଉ ଏକ ଗୟଳର ମୃତ୍ୟୁ ଘଟଣା ସାମ୍ନାକୁ ଆସିବା ପରେ ବିଭାଗ ବିବ୍ରତ ହୋଇପଡିଥିଲା। ଟୁଲୁକା ଜଙ୍ଗଲ ଅଞ୍ଚଳରେ ମୃତ ଗୟଳର ଶବ ବ୍ୟବଚ୍ଛେଦ କରାଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

ପ୍ରକାଶ ଯେ ସାତକୋଶିଆର ପୁରୁଣାକୋଟ ଏବଂ ରାଇଗୁଡ଼ା ବନାଞ୍ଚଳରେ ମୁଖ୍ୟତଃ ଏହି ବିରଳ ପ୍ରାଣୀ ଦେଖିବାକୁ ମିଳନ୍ତି।