ମୁଖ୍ୟ ଖବର

କେନାଲରେ ପଡି ଗୟଳ ମଲା

By Biswaranjan Pattnaik

April 27, 2026

ଅନୁଗୁଳ: ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ମାଧପୁର ରେଞ୍ଜ ଜଙ୍ଗଲରୁ ଏକ ବୟଷ୍କ ଗୟଳ ପାଣି ପିଇବାକୁ ବାହାରି ଆସି ସାମନାରେ ଥିବା ନୂଆଗାଁ-ସୋରିସପଙ୍କ ମାଞ୍ଜୋର୍ କେନାଲରେ ପଡି ଯାଇଥିଲା।

ଖବର ପାଇ ଗ୍ରାମବାସୀ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଓ ଜଙ୍ଗଲ ବିଭାଗ ଗୟଳର ବେକରେ ଦଉଡି ଲଗାଇ ଟାଣିବା ଫଳରେ ପାଣିରେ ଉବୁଟୁବୁ ହେଉଥିବା ଗୟଳଟି କିଛି ସମୟ ମଧ୍ୟରେ ମରି ଯାଇଥିଲା।ବଜଙ୍ଗଲ ବିଭାଗର ମୂର୍ଖତା ହେତୁ ବନ୍ୟପ୍ରାଣୀଟି ମଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ଗୟଳର ମୃତ୍ୟୁ ପରେ ଜଙ୍ଗଲ ବିଭାଗର ଅଧିକାରୀ ମାନେ ପହଞ୍ଚି ଶବ ବ୍ୟବଚ୍ଛେଦ ସହ ତଦନ୍ତ ଆରମ୍ଭ କରିଛନ୍ତି।