ମୁଖ୍ୟ ଖବର

ଅନୁଗୁଳ ମାଲବାର୍ ସୁନା ଓ ହୀରା ଶାଖାରେ ଜେମ୍ ଷ୍ଟୋନ୍ ଜୁଏଲାରୀ ମହାପର୍ବର ଶୁଭାରମ୍ଭ

By Biswaranjan Pattnaik

February 14, 2026

ଅନୁଗୁଳ: ସ୍ଥାନୀୟ ଅନୁଗୁଳ ସ୍ଥିତ “ମାଲବାର୍ ସୁନା ଓ ହୀରା” ସୋ-ରୁମ୍ ପରିସରରେ ଏକ ସ୍ୱତନ୍ତ୍ର ଜେମ୍ ଷ୍ଟୋନ୍ ଜୁଏଲାରୀ ମହାପର୍ବର ଅନାବରଣ ହୋଇଛି। ଏହି ଅବସରରେ ଆୟୋଜିତ ଏକ ଆକର୍ଷଣୀୟ କାର୍ଯ୍ୟକ୍ରମରେ ମଡେଲମାନେ ବିଶ୍ୱସନୀୟ ଏବଂ ସୂକ୍ଷ୍ମ କାରୁକାର୍ଯ୍ୟ ସମ୍ପନ୍ନ ଜେମ୍ସ ଅଳଙ୍କାର ପରିଧାନ କରି କ୍ୟାଟ୍‌ୱାକ୍ କରିବା ସହ ଗ୍ରାହକଙ୍କୁ ଆକୃଷ୍ଟ କରିଥିଲେ। ମାଲବାର୍ ପକ୍ଷରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ମହାପର୍ବ ଆସନ୍ତା ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି ସମୟ ମଧ୍ୟରେ ଗ୍ରାହକମାନେ ଜେମ୍ ଷ୍ଟୋନ୍ ଏବଂ ଅନ୍‌କଟ୍ ଜୁଏଲାରୀ କ୍ରୟ ଉପରେ ଗଢ଼ା ମଜୁରୀରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ବିପୁଳ ରିହାତି ପାଇପାରିବେ। ବିଶେଷ କରି ମାଲବାରର ଲୋକପ୍ରିୟ କଲେକ୍ସନ ଯଥା: ଏରା, ପ୍ରେସିଆ ଏବଂ ଭାଇରାଜ ଉପରେ ଏହି ରିହାତି ଲାଗୁ ହେବ। ଏଥିସହିତ ଗ୍ରାହକମାନେ ନିଜ ପସନ୍ଦର ଅଳଙ୍କାରକୁ ମାତ୍ର ୩୦ ପ୍ରତିଶତ ଅଗ୍ରୀମ ଅର୍ଥ ପ୍ରଦାନ କରି ବୁକ୍ କରିବାର ସୁବିଧା ମଧ୍ୟ ରଖାଯାଇଛି।​ମାଲବାର ଗ୍ରୁପ୍‌ର ଚେୟାରମ୍ୟାନ୍ ଏମ୍. ପି. ଅହମ୍ମଦଙ୍କ ମତରେ, ମାଲବାର ସୁନା ଓ ହୀରା ଗହଣା ଦେଶର ସବୁଠାରୁ ବିଶ୍ୱସନୀୟ ଓ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ହୋଇଥିବାରୁ ଓଡ଼ିଶା ସମେତ ସାରା ଭାରତର ଲକ୍ଷ ଲକ୍ଷ ଗ୍ରାହକ ଏହାକୁ ନିଜର ପ୍ରଥମ ପସନ୍ଦ ଭାବେ ଗ୍ରହଣ କରିଛନ୍ତି। ଏହି ଅନାବରଣ ସମାରୋହରେ ସିଷ୍ଟର ଶର୍ମିଲା ଏବଂ ଭାଇସ୍ ପ୍ରିନସିପାଲ ସିଷ୍ଟର ଲିଶିନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେମାନଙ୍କ ସହ ଷ୍ଟୋର ମୁଖ୍ୟ ପ୍ରଫୁଲ୍ଲ କିରଣ ଏବଂ ମାର୍କେଟିଂ ମୁଖ୍ୟ ଦେବୀ ପ୍ରସାଦ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ।