ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ସାମ୍ବାଦିକ ୟୁନିଅନ୍‌ର ସାଧାରଣ ବୈଠକ ଆୟୋଜିତ

By Angul TV Bureau

May 24, 2026

ଅନୁଗୁଳ: ଓଡ଼ିଶା ସାମ୍ବାଦିକ ୟୁନିଅନ୍ (OUJ) ଅନୁବନ୍ଧିତ ଅନୁଗୁଳ ଜିଲ୍ଲା ସାମ୍ବାଦିକ ୟୁନିଅନ୍ (ADUJ)ର ଏକ ସାଧାରଣ ବୈଠକ ଏୟୁସିସି ବ୍ୟାଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ସଭାପତି ଅଜିତ କୁମାର ଧରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୦୦ରୁ ଅଧିକ ସଦସ୍ୟ ଯୋଗ ଦେଇଥିଲେ। ସାଧାରଣ ସମ୍ପାଦକ ସ୍ୱାଧୀନ କୁମାର ସାମଲ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ମଞ୍ଚରେ ଉପ-ସଭାପତି ସୁଧାକର ସାହୁ, କମଳାକାନ୍ତ ମିଶ୍ର, କୋଷାଧ୍ୟକ୍ଷ ଦିନେଶ ନାଏକ ଓ ସହ-ସମ୍ପାଦକ ରାଜେଶ ଜିନ୍ଦଲ ଉପସ୍ଥିତ ଥିଲେ।

ବୈଠକରେ ସାମ୍ବାଦିକଙ୍କ ସ୍ୱୀକୃତି, ସୁରକ୍ଷା ଓ ପେନସନ୍‌ ଭଳି ବିଭିନ୍ନ ଦାବି ଉପରେ ଆଲୋଚନା କରାଯାଇଥିଲା। ଏଥିସହ ଆଗାମୀ ଦିନରେ ରକ୍ତଦାନ ଶିବିର ଏବଂ ବୃକ୍ଷରୋପଣ ଭଳି ସାମାଜିକ ସେବାମୂଳକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି। ଏହି ଅବସରରେ ଆଠମଲ୍ଲିକର ଦୁଇ ସାମ୍ବାଦିକ ବୁଲୁ ଦଳେଇ ଓ ଧନେଶ୍ୱର ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଉପ-ସଭାପତି କମଳାକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।