ମୁଖ୍ୟ ଖବର

ହୋ ହଲ୍ଲାରେ ସରିଲା ଟ୍ରକ ମାଲିକ ସଂଘ ବୈଠକ, ଆସନ୍ତା ୫ ରେ ନିର୍ବାଚନ

By Biswaranjan Pattnaik

February 26, 2023

ଅନୁଗୁଳ: ଅନୁଗୁଳ ଟ୍ରକ ମାଲିକ ସଂଘର ସାଧାରଣ ପରିଷଦର ବୈଠକ ରବିବାର ଆୟୋଜିତ ହୋଇଛି। ସଂଘରେ ସଭାପତି ଓ ସମ୍ପାଦକଙ୍କ ଅଲଗା ଅଲଗା ଅନୁଗତ ରହିଥିବାରୁ ନିର୍ବାଚନ ପୂର୍ବରୁ ହୋଇଥିବା ଏହି ବୈଠକରେ ବେଶ୍ ଉତ୍ତେଜନା ପ୍ରକାଶ ପାଇଥିଲା। ସମ୍ପାଦକଙ୍କ ଗୋଷ୍ଠୀ ପକ୍ଷରୁ ଅଫିସ ନିର୍ମାଣ ନାଁ ରେ ଅଯଥା ପ୍ରାୟ ୩୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବା, ସଭ୍ୟମାନଙ୍କୁ ପ୍ରଭାବିତ କରିବା ପାଇଁ ଅଯଥା ପ୍ରାୟ ଦେଢ଼ କୋଟି ଟଙ୍କାର ସ୍ବର୍ଣ୍ଣ ମୁଦ୍ରା କିଣିବା, ପ୍ରଶାସନ ଦେଇଥିବା ଚିଠିକୁ ଅବଜ୍ଞା କରିବା, ବିଭିନ୍ନ ସୂତ୍ରରୁ ଅନୁଦାନ ଆସିଥିବା ପ୍ରାୟ ୬୧ ଲକ୍ଷ ଟଙ୍କାର ସଠିକ୍ ହିସାବ ନେଇ ପ୍ରଶ୍ନ କରାଯାଇଥିଲା।

ସମ୍ପାଦକ ଅକ୍ଷୟ ସାମନ୍ତଙ୍କ ସୂଚନା ଅନୁସାରେ, ବିପକ୍ଷ ଗୋଷ୍ଠୀ ଏସବୁର ଉତ୍ତର ଦେଇ ନ ପାରି ହୋ ହାଲ୍ଲା କରିଥିଲେ। ସମ୍ପାଦକଙ୍କୁ ନ ଜଣାଇ ଅଫିସର ଅନେକ କାର୍ଯ୍ୟ ତଥା ଖର୍ଚ୍ଚ କରାଯାଉଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ। ହୋ ହଲ୍ଲା ଯୋଗୁଁ କିଛି ସମୟ ପରେ ବୈଠକ ବନ୍ଦ ହୋଇଥିଲା। ତେବେ ମାର୍ଚ୍ଚ ୫ରେ ନିର୍ବାଚନ ପରେ କାହା ପଲ୍ଲା ଭାରି ଅଛି ତାହା ଜଣାପଡ଼ିବ।