ଅନ୍ୟାନ୍ୟ

ଓଡ଼ିଶା ସ୍ବାସ୍ଥ୍ୟ ଠିକା କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ, ସ୍ଥାୟୀ ନିଯୁକ୍ତି ଦାବି

By Swagatika Samantray

November 13, 2022

ଅନୁଗୁଳ: ଆଜି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ସଦଭାବନା ଗୃହରେ ଓଡ଼ିଶା ସ୍ବାସ୍ଥ୍ୟ ଠିକା କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସରୋଜ ଦାଶ ସଭାପତିତ୍ବ କରିଥିବା ବେଳେ ଜିଲ୍ଲାର ସମସ୍ତ ସ୍ବାସ୍ଥ୍ୟ ବିଭାଗର ଠିକା କର୍ମଚାରୀ ଉପସ୍ଥିତ ଥିଲେ। ବୈଠକରେ ସମସ୍ତେ ଠିକାରୁ ମୁକ୍ତି ଏବଂ ସ୍ଥାୟୀ ନିଯୁକ୍ତି ପାଇଁ ଆଲୋଚନା କରିଥିଲେ। ରାଜ୍ୟ ସଂଘ ପକ୍ଷରୁ ଚାଲିଥିବା କାର୍ଯ୍ୟ ବନ୍ଦ ଆନ୍ଦୋଳନ ଏବଂ ହଳଦିଆ ବ୍ୟାଜ୍ ପରିଧାନକୁ ସମସ୍ତେ ସ୍ଵାଗତ କରିଥିଲେ।

ଆସନ୍ତା ୨୧ ତାରିଖରେ ହେବାକୁ ଥିବା ଭୁବନେଶ୍ବର ଗଣଧାରଣାରେ ସମସ୍ତେ ଯୋଗ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ଆସନ୍ତା ମଙ୍ଗଳବାର ଦିନ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିବାକୁ ସ୍ଥିରୀକୃତ ହୋଇଛି। ଦୀର୍ଘ ୧୫ ବର୍ଷରୁ ଅଧିକ ସମୟ ଧରି ସରକାରଙ୍କ ସ୍ବାସ୍ଥ୍ୟ ବିଭାଗରେ ଠିକାରେ କାମ କରି ଜୀବନର ମୂଲ୍ୟବାନ ସମୟ ବିଭାଗକୁ ଦେଇ ସାରିଥିବାରୁ ଏବେ ସରକାର ଚାକିରି ସ୍ଥାୟୀ କରିବାକୁ ସଂଘ ନିବେଦନ କରିଥିଲା।