ଅନୁଗୁଳ: ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ, ଚାଇଁପାଳ ଶାଖାର ବାର୍ଷିକ ସାଧାରଣ ପରିଷଦ ବୈଠକ ରେଙ୍ଗାଳି ପ୍ରକଳ୍ପ ଓଡ଼ଶା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପାଲଲହଡା ବିଧାୟକ ଅଶୋକ ମହାନ୍ତି ଯୋଗ ଦେଇଥିଲେ। ସମାଜସେବୀ ଭରତ କୁମାର ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ସହ ସାଧାରଣ ସମ୍ପାଦକ ପ୍ରିୟବ୍ରତ ନାୟକ ଉପସ୍ଥିତ ଥିଲେ।
ସେହିପରି ଓପର କୋଲାବ ସାଧାରଣ ସମ୍ପାଦକ ଅଭୟ କୁମାର ଧୀର, ବାଲିମେଳା ଜଳ ବିଦ୍ୟୁତ କର୍ପୋରେସନର କାଶୀନାଥ ମଲ୍ଲିକ, ଭୁବନେଶ୍ୱର ଡିଭିଜନ ସମ୍ପାଦକ ମଳୟ, ଅନୁଗୁଳ ଡିଭିଜନ ସମ୍ପାଦକ ସୁରେନ୍ଦ୍ର ଦାଶ, ଢେଙ୍କାନାଳ ଡିଭିଜନ ସମ୍ପାଦକ ମୃତ୍ୟୁଞ୍ଜୟ ପ୍ରଧାନ ପ୍ରମୁଖ ମତ ଉପସ୍ଥାପନ କରିଥିଲେ। ବୈଠକରେ ୨୦୨୬ ମସିହା ପାଇଁ ବିକାଶ ସାହୁ ପୁନର୍ବାର ଚାଇଁପାଳ ଡିଭିଜନ ସମ୍ପାଦକ ଭାବେ ମନୋନୀତ ହୋଇଥିବା ବେଳେ ସହ-ସମ୍ପାଦକ ଭାବେ ରଂଜିତ କୁମାର ବେହେରା, କୋଷାଧ୍ୟକ୍ଷ ଭାବେ ଟିକନ ସାମଲ, ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବେ ଶିବାଜୀ ରାଜ ପାଣି, ଉପଖଣ୍ଡ ସମ୍ପାଦକ ଭାବେ ରାଜେଶ ନାହାକ, ଦିଲ୍ଲୀପ ବିଶ୍ୱାଳ, ଗୁରୁଦେବ ବେହେରା, ଲଳିତ ନାରାୟଣ ସାହୁ, ଏମଏମଜି ସେକ୍ସନ ଅର୍ଗାନାଇଜର ଭାବେ ସୂର୍ଯ୍ୟକାନ୍ତ ସାହୁ ଳଙ୍କ ସମେତ ୧୪ ଟି ସେକ୍ସନର ସେକ୍ସନ ଅର୍ଗାନାଇଜରଙ୍କୁ ମନୋନୀତ କରାଯାଇଥିଲା।
ବୈଠକରେ ରେଙ୍ଗାଳି ସେକ୍ସନର ସମସ୍ତ ବ୍ୟବସାୟିକ ଅନୁବନ୍ଧିତ କର୍ମଚାରୀ ଏବଂ କଣିହାଁ ସେକ୍ସନର କିଛି ବ୍ୟବସାୟିକ ଅନୁବନ୍ଧିତ କର୍ମଚାରୀମାନେ ଆନୁଷ୍ଠାନିକ ଭାବେ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘର ନେତୃତ୍ୱ ତଥା କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ସଂଗଠନରେ ଯୋଗଦାନ କରିଥିଲେ।