ଅନ୍ୟାନ୍ୟ

ରାଜସ୍ବ ଅମଲା ସଂଘର ସାଧାରଣ ପରିଷଦ ବୈଠକ

By Biswaranjan Pattnaik

July 06, 2025

ଅନୁଗୁଳ: ସଭଘର ଠାରେ ରାଜସ୍ବ ଅମଲା ସଂଘ ଅନୁଗୁଳ ଶାଖାର ସାଧାରଣ ପରିଷଦ ବୈଠକ ଆୟୋଜିତ ହୋଇଯାଇଛି। ସଂଘର କାର୍ଯ୍ୟକାରୀ ସଭାପତି ନଗେନ କୁମାର ଶତପଥୀଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଅନ୍ୟତମ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ସମୀର କୁମାର ଜେନା, ଉପଜିଲ୍ଲାପାଳ ତାଳଚେର, ସଂଘର ରାଜ୍ୟ ସଂଗଠନ ସମ୍ପାଦକ ରମାକାନ୍ତ ସାହୁ, ଢେଙ୍କାନାଳ ଜିଲ୍ଲା ଶାଖା ସଭାପତି ବିଭୂତି ଭୂଷଣ ପଟନାୟକ, ସୋନପୁର ଜିଲ୍ଲା ଅଧ୍ୟକ୍ଷ ନୀଳାମ୍ବର ଶତପଥୀ, ଅଣ ଗେଜେଟେଡ କର୍ମଚାରୀ ସମନ୍ବୟ ସମିତି ଅନୁଗୁଳ ଶାଖା ସଭାପତି ଅକ୍ଷୟ କୁମାର ବିଶ୍ବାଳ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ସରକାର ଓ ଲୋକଙ୍କ ମଧ୍ୟରେ ସଂଘ ଏକ ସେତୁ ପରି କାର୍ଯ୍ୟ କରିବାକୁ ଉଦବୋଧନ ଦେଇଥିଲେ।

ଶେଷରେ ସଂଘର ସମସ୍ତ ସଦସ୍ୟଙ୍କ ସମ୍ମତିକ୍ରମେ ଆସନ୍ତା ତିନି ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ନଗେନ କୁମାର ଶତପଥୀ ଅଧ୍ୟକ୍ଷ,ଲଳିତ କୁମାର ବେହେରା ଉପଦେଷ୍ଟା, ରଜନୀକାନ୍ତ ପ୍ରଧାନ ସଭାପତି, ଦେବେଶ ଚନ୍ଦ୍ର ମିଶ୍ର ସମ୍ପାଦକ ଏବଂ ସୁମନ୍ତ ସାହୁ କୋଷାଧ୍ୟକ୍ଷ ରୂପେ ମନୋନୀତ ହୋଇଥିଲେ।