ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଗୁଳ ଜିଲ୍ଲା ଓ ଢେଙ୍କାନାଳ ପାର୍ଲାମେଣ୍ଟ, କୋର କମିଟି ଓ ନିର୍ବାଚନ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି।ଢେଙ୍କାନାଳ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ତରଫରୁ ଓଡ଼ିଶାର ରତ୍ନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବଲପୁର ଓ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଢେଙ୍କାନାଳ ଲୋକସଭାର ପ୍ରାର୍ଥୀ ଘୋଷଣା ବିଜେପି ପକ୍ଷରୁ କରାଯାଇଥିବାରୁ ସମସ୍ତେ କେନ୍ଦ୍ରୀୟ ନେତୃତ୍ୱଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ।
ରାଜ୍ୟ ବିଜେପି ଉପ ସଭାପତି ତଥା ଢେଙ୍କାନାଳ ପାର୍ଲାମେଣ୍ଟ ପ୍ରଭାରୀ ଗୋଲେଖ ମହାପାତ୍ର ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନରେ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ଦୁଇ ଜିଲ୍ଲାର ବହୁ ବିକାଶ ମୂଳକ କାର୍ଯ୍ୟ ସମ୍ପାଦନ ହୋଇ ପାରିଛି, ତାଳଚେର ସାର କାରଖାନା, ତାଳଚେର ଥର୍ମାଲ ପ୍ଲାଣ୍ଟ, ଜାତୀୟ ରାଜପଥ ପାଇଁ ହଜାର ହଜାର କୋଟି, ଅନୁଗୁଳ ଡୁବୁରୀ ରେଳପଥ, ତାଳଚେର ବିମଳା ଗଡ଼ ରେଳପଥ କାର୍ଯ୍ୟର ଦ୍ରୁତ ବିକାଶ, ତାଳଚେର ଠାରୁ ଡୁବୁରୀ ଜାତୀୟ ରାଜପଥ, ତାଳଚେର ମେଡିକାଲ କଲେଜ, ଇଏସଆଇ ହସ୍ପିଟାଲ, ସମସ୍ତ ରେଳ ଷ୍ଟେସନର ଉନ୍ନତିକରଣ, ଗ୍ୟାସ ପାଇପ ଲାଇନ କାର୍ଯ୍ୟ ୪ଟି କେନ୍ଦ୍ରୀୟ ବିଦ୍ୟାଳୟ, ସ୍କିଲ ଡେଭଲପମେଣ୍ଟ ସେଣ୍ଟର, ନାଲକୋ ଠାରେ ସମ୍ବଲପୁର ଓ ମୁମ୍ବାଇ ଆଇଆଇଏମର ଶାଖା, ଡିଏମଏଫ ଫଣ୍ଡ ଗଠନ କରି ବାର୍ଷିକ ହଜାରେ କୋଟି ଟଙ୍କା, କେନ୍ଦ୍ରୀୟ ବିଭିନ୍ନ ଯୋଜନାରେ ଦୁଇଟି ଜିଲ୍ଲାର ବିକାଶ ପାଇଁ ଏକ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଦିଆଯାଇଛି ବୋଲି କହିଥିଲେ। ଏ ଅବସରରେ ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସମ୍ପାଦକ ସୀମାଞ୍ଚଳ ଖଟେଇ, ସଂଯୋଜକ ପ୍ରେମାନନ୍ଦ ଜେନା, ଅନୁଗୁଳ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ଲୋକସଭା ବିସ୍ତାରକ ପ୍ରଦୀପ ବିଶ୍ୱାଳ, ବିଧାନସଭାର ନେତା କାଳନ୍ଦି ସାମଲ, କୃଷ୍ଣଚନ୍ଦ୍ର ପାତ୍ର, ଅଶୋକ ମହାନ୍ତି, ଅଞ୍ଜଳି ବେହେରା, ବିଭୂତି ପ୍ରଧାନ, ଶତ୍ରୁଘନ ଜେନା, ପ୍ରତାପ ଚନ୍ଦ୍ର ପ୍ରଧାନ, ଅନୁଗୁଳ ଜୋନ୍ ମିଡିଆ ସେଲ ପ୍ରଭାରୀ, ଢେଙ୍କାନାଳ ଜିଲ୍ଲା ମିଡିଆ ସେଲ ପ୍ରଭାରୀ ନବ କିଶୋର ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ।