ଅନ୍ୟାନ୍ୟ

କଣିହାଁ ପଞ୍ଚାୟତ ସମିତିର ସାଧାରଣ ବୈଠକ

By Angul TV Bureau

November 19, 2025

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ପଞ୍ଚାୟତ ସମିତିର ୭ ମ ସାଧାରଣ ବୈଠକ ପବିତ୍ର ମୋହନ ସଭାଗୃହରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସମିତି ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ ସଭା ପରିଚାଳନା କରିଥିଲେ। ବୈଠକରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ସାଂସଦ ପ୍ରତିନିଧି ତ୍ରିପୁରାରୀ ପ୍ରଧାନ, ପାଳଲହଡା ବିଧାୟକ ପ୍ରତିନିଧି ପ୍ରହ୍ଲାଦ ସାମଲ, ଉପାଧ୍ୟକ୍ଷ ଜୟନ୍ତୀ ପ୍ରଧାନ, ବିଡିଓ ତ୍ରିବିକ୍ରମ କୁମୁରା, ସହକାରୀ ନିର୍ବାହୀ ଯନ୍ତ୍ରୀ ଚିନ୍ମୟ ମିଶ୍ର, ଜିପିଓ ଦୁର୍ଗାପ୍ରସାଦ ନାଏକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ସରପଞ୍ଚ ଓ ସଭ୍ୟମାନେ ଯୋଗଦେଇ ନିଜ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ରାସ୍ତା, ମନରେଗା ଓ ବିଦ୍ୟୁତ ସମସ୍ୟା ଉପରେ ଆଲୋଚନା କରିଥିଲେ।