ମୁଖ୍ୟ ଖବର

ଆସନ୍ତାକାଲି ଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ‘ବ୍ଲାକ୍ ଡାଇମଣ୍ଡ’, ଦୈନିକ ଯାଇପାରିବେ ୧୦୦ ଜଣ

By Angul TV Bureau

December 18, 2023

ଅନୁଗୁଳ: ଅନୁଗୁଳସ୍ଥିତ ବିଶ୍ବସ୍ତରୀୟ ଅତ୍ୟାଧୁନିକ ପାଠାଗାର ଓ ସଂଗ୍ରହାଳୟ ‘ବ୍ଲାକ୍ ଡାଇମଣ୍ଡ’ ଆସନ୍ତାକାଲି (ମଙ୍ଗଳବାର) ଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ପ୍ରତିଦିନ ୧୦୦ ଜଣ ପାଠକଙ୍କୁ ଏଠାରେ ପ୍ରବେଶ ଅନୁମତି ରହିଛି। ଏହା ପ୍ରତ୍ୟୟ ସକାଳ ୯ ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଖୋଲା ରହିବ ଏବଂ ସରକାରୀ ଛୁଟି ଦିନରେ ବନ୍ଦ ରହିବ। ଏଠାକୁ ପ୍ରବେଶ ନିମନ୍ତେ ବ୍ୟକ୍ତି ପିଛା ୧୦ଟଙ୍କା ଟିକେଟ ରହିଥିବା ବେଳେ ଅନ୍ୟାନ୍ୟ ଆନୁସଙ୍ଗୀକ ସୁବିଧା ପାଇଁ ସ୍ବତନ୍ତ୍ର ଫି ରହିଛି। ଏଥିସହ ୭ ବର୍ଷ ବୟସରୁ କମ୍ ଶିଶୁଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ପ୍ରବେଶ ବ୍ୟବସ୍ଥା ରହିଛି। ଆଗକୁ ଭିତ୍ତିଭୂମି ସୁଦୃଢ଼ ହେବା ପରେ ଅତିଶୀଘ୍ର ସର୍ବସାଧାରଣଙ୍କ ଦୈନିକ ପ୍ରବେଶ ସଂଖ୍ୟା ବଢ଼ିବ ବୋଲି ଜିଲ୍ଲା କାର୍ଯ୍ୟାଳୟର ନିଜାରତ ଉପବିଭାଗ ତରଫରୁ ଜଣାଇ ଦିଆଯାଇଛି। ପ୍ରକାଶ ଥାଉ କି ଚଳିତ ମାସ ୮ ତାରିଖରେ ଏହି ବିଶ୍ବସ୍ତରୀୟ ଅତ୍ୟାଧୁନିକ ପାଠାଗାର ଓ ସଂଗ୍ରହାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ।