ଅନୁଗୁଳ : ଅନୁଗୁଳ ଉଚ୍ଚ ବିଦ୍ୟାଳୟର ୧୯୯୮ ମାଟ୍ରିକ ବ୍ୟାଚର ବନ୍ଧୁମିଳନ ସ୍ଥାନୀୟ ପାମ୍ପାସର ଠାରେ ରବିବାର ଅନୁଷ୍ଠିତ ହୋଇଛି। ପପୁ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୫୦ ଜଣ ଛାତ୍ର ଯୋଗଦେଇଥିଲେ। ଅନେକ ପୁରାତନ ଛାତ୍ର ଏହି ବନ୍ଧୁମିଳନରେ ଯୋଗଦେବାକୁ ବହୁ ଦୂର ଦୁରାନ୍ତରୁ ବି ଆସିଥିଲେ।
ପୁରାତନ ଛାତ୍ର ଆଶୁତୋଷ ମିଶ୍ର, ଅମିତାଭ ବାନାର୍ଜୀ, ଦୀପକ ଝୁନଝୁନୱାଲା, ରାଜେଶ ସେକସେରିଆ, ସଞ୍ଜୟ ଅଗ୍ରୱାଲ, ସମରେନ୍ଦ୍ର ଦେହୁରୀ, ଅନିଲ ପ୍ରଧାନ, ପିନାକୀ ସେନଶର୍ମାଙ୍କ ସମେତ ବହୁ ଛାତ୍ର ଯୋଗଦେଇ ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ କରିବା ସହ ପାଠପଢ଼ା ସମୟରେ ସ୍ମୃତିକୁ ମନେ ପକାଇଥିଲେ। ପ୍ରତିବର୍ଷ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସମସ୍ତେ ମତ ଦେଇଥିଲେ।