ମୁଖ୍ୟ ଖବର

ଘଣ୍ଟପଡ଼ା ପଞ୍ଚାୟତକୁ ବିଜୁ ପଟ୍ଟନାୟକ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର, ମିଳିଲା ୩ ଲକ୍ଷ ଟଙ୍କା

By Angul TV Bureau

March 06, 2023

ତାଳଚେର: ୨୦୨୧-୨୨ ମୂଲ୍ୟାଙ୍କନ ବର୍ଷ ନିମନ୍ତେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଓଡ଼ିଶା ସରକାରଙ୍କର ଅନୁଗୁଳ ଜିଲ୍ଲା ପରିଷଦର ତାଳଚେର ପଞ୍ଚାୟତ ସମିତି ଅଧୀନସ୍ଥ ଘଣ୍ଟପଡ଼ା ପଞ୍ଚାୟତକୁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ନିମନ୍ତେ ବିଜୁ ପଟ୍ଟନାୟକ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ପ୍ରଦାନ କରାଯାଇଛି। ପଞ୍ଚାୟତକୁ ପ୍ରଥମ ପୁରସ୍କାର ସ୍ୱରୂପ ୩ ଲକ୍ଷ ଓ ୧ ଲକ୍ଷ ଟଙ୍କା ଆର୍ଥିକ ରାଶି ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ଏଡିଏମ୍ ସନ୍ତୋଷ ପ୍ରଧାନ, ପ୍ରକଳ୍ପ ନିର୍ଦ୍ଦେଶକ ଲଳିତ ମୋହନ ବେହେରା, ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ, ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଘଣ୍ଟପଡ଼ା ସରପଞ୍ଚ ସସ୍ମିତା ବିଶ୍ୱାଳ ପୁରସ୍କାର ଗ୍ରହଣ କରିଥିଲେ। ଆଗକୁ ଏହି ଧାରା ଜାରି ରହିବ ବୋଲି ସେ କହିଥିଲେ।