ଘଟଣା ଓ ଦୁର୍ଘଟଣା

୧୦ ପରିବାରର ଘର ଭାଙ୍ଗି ଦେଲା କାଳବୈଶାଖୀ, ସରକାରୀ ସହାୟତା ପାଇଁ ନେହୁରା

By Angul TV Bureau

June 11, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ତହସିଲ୍ ଅନ୍ତର୍ଗତ ନୂଆହତା ପଞ୍ଚାୟତ ବାଲିସାହିର ହରିଜନ ବସ୍ତିରେ ତାଣ୍ଡବ ରଚିଛି କାଳ ବୈଶାଖୀ। ପ୍ରବଳ ବର୍ଷା ପବନରେ ୧୦ ପରିବାରର ଘର ଭାଙ୍ଗି ଚୁରମାର ହୋଇଯାଇଛି।

ସୂଚନା ମୁତାବକ, ଶନିବାର ଅପରାହ୍ନରେ ବଅଁରପାଳ ଅଞ୍ଚଳରେ କାଳ ବୈଶାଖୀରେ ବସ୍ତିର ଗୀତା ଗୋଚ୍ଛାୟତ, ପ୍ରମିଳା ଗୋଚ୍ଛାୟତ, ବିମଳା ଗୋଚ୍ଛାୟତ, ସୁକାନ୍ତ ଗୋଚ୍ଛାୟତ, ରୁପେଲି ଗୋଚ୍ଛାୟତ, ରିନା ଗୋଚ୍ଛାୟତ, ବାସନ୍ତୀ ଲୋହାର, ସୁକାନ୍ତି ହେମ୍ବ୍ରମଙ୍କ ଘରର ଚାଳ ଛପର, ଆଜବେଷ୍ଟସ ଉଡିଯାଇଥିଲା।

ଏବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗିରହିଥିବା ବେଳେ ଘର ନ ଥିବାରୁ ଲୋକେ କିଭଳି ରହିବେ ସେ ନେଇ ଚିନ୍ତାରେ ଅଛନ୍ତି। ଏଣୁ ଜିଲ୍ଲା ପ୍ରଶାସନକୁ ସହାୟତା ପାଇଁ ନେହୁରା ହୋଇଛନ୍ତି ବସ୍ତି ବାସିନ୍ଦା।