ମୁଖ୍ୟ ଖବର

ନିତାଇ ଗୌର ଆଶ୍ରମରେ ଗିରି ଗୋବର୍ଦ୍ଧନ ବେଶ ଓ ଛପନ ଭୋଗ ଅର୍ପଣ

By Angul TV Bureau

October 23, 2025

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ପରାବିଲ ପଞ୍ଚାୟତ ଗହମସ୍ଥିତ ନିତାଇ ଗୌର ଆଶ୍ରମରେ ବୁଧବାର ପ୍ରଭୁ ଶ୍ରୀକୃଷ୍ଣଙ୍କ ଗିରି ଗୋବର୍ଦ୍ଧନ ବେଶ ଓ ଛପନ ଭୋଗ ଅର୍ପଣ କାର୍ଯ୍ୟକ୍ରମ ଆଡମ୍ବରରେ ଅନୁଷ୍ଠିତ ହୋଇଛି। ସକାଳୁ ଶ୍ରୀମଦ୍ ଭାଗବତ ପାଠ, ଗୋପାଳ ସହସ୍ରନାମ ପାରାୟଣ ଓ ହରିକଥା ପରିବେଷଣ କରାଯାଇଥିଲା। ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସହ ପ୍ରଭୁ ଶ୍ରୀକୃଷ୍ଣଙ୍କ ଗୋବର୍ଦ୍ଧନ ବେଶ ଓ ଛପନ ଭୋଗ ଲାଗି କରାଯାଇଥିଲା। ଏହା ଦର୍ଶନ ପାଇଁ ବହୁ ଭକ୍ତ ଓ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ ହୋଇଥିଲା। ସମସ୍ତେ ଆଶ୍ରମରେ ପ୍ରସାଦ ସେବନ କରିଥିଲେ। ବାବାଜୀ ପ୍ରଭୁପାଦ ଦାସଙ୍କ ତତ୍ତ୍ୱାବଧାନରେ ବାବାଜୀ ପ୍ରୀତମ ଦାସ, ଆଶ୍ରମ କାର୍ଯ୍ୟକର୍ତ୍ତା ଓ ଶ୍ରଦ୍ଧାଳୁମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।