କଳା ଓ ସଂସ୍କୃତି

ସୁବୃଷ୍ଟି ଓ ଭଲ ଶସ୍ୟ ପାଇଁ କଞ୍ଜା ଗାଁରେ ଗିରି ଗୋବର୍ଦ୍ଧନ ପୂଜା ଆୟୋଜିତ

By Angul TV Bureau

October 20, 2023

ବନ୍ତଳା: ଅନୁଗୁଳ ବ୍ଲକ ବଡ଼କନ୍ତକୁଳ ପଞ୍ଚାୟତର କଞ୍ଜା ଗାଁରେ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଛି। ଚଳିତବର୍ଷ ସମୟ ଅଭାବ ଥିବାରୁ ଗାଁରେ ୩ ଦିନ ପରିବର୍ତ୍ତେ ଗୋଟିଏ ଦିନରେ ପୂଜା ଆୟୋଜିତ କରାଯାଇଛି।

ସୂଚନା ମୁତାବକ, ଶତାଧିକ ବର୍ଷ ହେଲେ ଏଠାକାର ଖୋଲା ପାହାଡ଼ ମଧ୍ୟରେ ଗିରି ଗୋବର୍ଦ୍ଧନ ପୂଜା ହୋଇ ଆସୁଛି। ଏହି ପୂଜା ଦ୍ଵାରା ଇନ୍ଦ୍ର ସୁବୃଷ୍ଟି କରିଥାନ୍ତି ଓ ମାଟି ମା’ ଶସ୍ୟ ଶ୍ୟାମଳା ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏ ଅବସରରେ ପାହାଡ଼ରେ ଆଶ୍ରମ କୁଡ଼ିଆ ତିଆରି କରି ଯଜ୍ଞ ସହ ୩ ଦିନ ଧରି ପୂଜା ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ଗୋଟିଏ ଦିନରେ ପୂଜା ସମାପନା ହୋଇଛି।

କାର୍ଯ୍ୟକ୍ରମରେ ଗ୍ରାମ ସଭାପତି ରୋହିତ ବିଶ୍ୱାଳ, ପୂଜକ ବନମାଳୀ ମିଶ୍ର, ଶିଶିର ଗଡ଼ନାୟକ, ଆର୍ତ୍ତତ୍ରାଣ ଗଡ଼ନାୟକ, ଅଜୟ ଗଡ଼ନାୟକ, ଛବି ସାହୁ, ଗଣେଶ୍ୱର ଦେହୁରୀ, ଗୋପାଳୀ ବିଶ୍ୱାଳ, ହେମନ୍ତ ସାହୁ, ଶ୍ରୀକାନ୍ତ ବେହେରା, ଦୀନବନ୍ଧୁ ଗଡ଼ନାୟକ, ପବିତ୍ର ବେହେରା, ଧ୍ରୁବ ଦେହୁରୀ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ।