ଅନୁଗୋଳ: ଅନୁଗୋଳ ବ୍ଲକ ବଡ଼କନ୍ତକୁଳ ପଞ୍ଚାୟତ କଞ୍ଜା ଗାଁରେ ଗିରି ଗୋବର୍ଦ୍ଧନ ପୂଜା ଆରମ୍ଭ ହୋଇଛି। ଗାଁ ନିକଟ ପାହାଡ଼ ଖୋଲରେ ଶତାଧିକ ବର୍ଷ ଧରି ଏହି ପୂଜା ହୋଇଆସୁଛି। ଏହି ପୂଜା ଦ୍ୱାରା ଇନ୍ଦ୍ର ସୁବୃଷ୍ଟି କରିଥାନ୍ତି ଓ ଧରଣୀ ଶସ୍ୟ ଶ୍ୟାମଳା ହୋଇଥାଏ ବୋଲି ଗ୍ରାମବାସୀଙ୍କ ବିଶ୍ୱାସ ରହିଛି।
୬୪ ଋଷିଙ୍କ ଆବାହନ ସ୍ଥାପନ କରି ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ଏହି ପୂଜା ଓ ଯଜ୍ଞ ତିନିଦିନ ଧରି ଅନୁଷ୍ଠିତ ହେବ। ପ୍ରଥମ ଦିନରେ ବଡ଼ଜୋରା ନାଳରୁ କଳସୀରେ ପାଣି ଆଣି ଗ୍ରାମ ପରିକ୍ରମା କରି ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା। ଦ୍ୱିତୀୟ ଦିନରେ ହୋମ ଯଜ୍ଞ ଓ ନାମ ସଂକୀର୍ତନ ସହ ପ୍ରସାଦ ସେବନର ବ୍ୟବସ୍ଥା ରହିଛି।
ପୂଜକ ବନମାଳୀ ମିଶ୍ର ପୂଜାର୍ଚ୍ଚନା କରିଥିବା ବେଳେ କଂଜା ଗ୍ରାମ ସଭାପତି ଶୁକଦେବ ବିଶ୍ୱାଳ, କାଳିଆ ଦେହୁରୀ, ଗଣେଶ୍ୱର ଦେହୁରୀ, ଆର୍ତ୍ତତ୍ରାଣ ଗଡ଼ନାୟକ, ନାକଫୁଡି ବେହେରା, ହେମନ୍ତ ସାହୁ, ଶ୍ରୀକାନ୍ତ ବେହେରା, ସନ୍ତୋଷ ବେହେରା, ଗୟାଧର ସାହୁ, ଧୂର୍ବ ଦେହୁରୀ, ଦୀନବନ୍ଧୁ ଗଡ଼ନାୟକ, ଗୋପାଳ ବିଶ୍ୱାଳ, ପବିତ୍ର ବେହେରା, ଅମିତ ସାହୁ, ବିଭୁତି ସାହୁ, ତୁଷାର ଗଡ଼ନାୟକଙ୍କ ସମେତ ଗଣପତି ପୂଜା କମିଟିର ସମସ୍ତ ସଦସ୍ୟ ଓ ଯୁବକ ଗୋଷ୍ଠୀ ଏବଂ ଗ୍ରାମବାସୀମାନେ ସାମିଲ ଥିଲେ।