ମୁଖ୍ୟ ଖବର

ଭିନ୍ନ ମୋଡ଼ ନେଉଛି ଅଟୋରୁ ଯୁବତୀଙ୍କୁ ଅପହରଣ ମାମଲା: ପୀଡ଼ିତା ଉଦ୍ଧାର, ଜଣକୁ ଅଟକ ରଖିଛି ପୋଲିସ

By Angul TV Bureau

August 27, 2023

ଅନୁଗୁଳ: ନାଲକୋ ଥାନା ଅଞ୍ଚଳରେ ହୋଇଥିବା ଯୁବତୀ ଅପହରଣ ମାମଲାରେ ପୀଡ଼ିତାଙ୍କୁ ଉଦ୍ଧାର କରିବା ସହ ଜଣଙ୍କୁ ଅଟକ ରଖିଛି ପୋଲିସ। ପ୍ରଥମେ ଏହା ପ୍ରେମ ଜନିତ ଘଟଣା ବୋଲି କୁହାଯାଉଥିବା ବେଳେ ଏବେ ଦିନକୁ ଦିନ ଘଟଣାର ମୋଡ଼ ବଦଳି ଯାଉଛି। ଗଣଦୁଷ୍କର୍ମ ହୋଇଥାଇ ପାରେ ବୋଲି ପୋଲିସ ଅନୁମାନ କରୁଛି।

ସୂଚନା ମୁତାବକ, ଗତ ୨୨ ତାରିଖରେ ଅନୁଗୁଳ-ଏଫସିଆଇ ରାସ୍ତାରେ ରାତି ସାଢ଼େ ଆଠଟା ବେଳେ ଅଟୋରେ ଯାଉଥିବା ଜଣେ ଯୁବତୀଙ୍କୁ କୁରୁଡୋଲ ହନୁମାନ ବାଟିକା ନିକଟରେ ୪ ଜଣ ଯୁବକ ଗାଡ଼ି ଅଟକାଇ ଟେକି ନେଇଥିଲେ। ତାଙ୍କ ସାଥିରେ ଥିବା ଅନ୍ୟ ଜଣେ ମହିଳା ଏ ନେଇ ନାଲକୋ ଥାନାରେ ଅଭିଯୋଗ କରିଥିଲେ। ସେହି ୪ ଜଣ ଯୁବକଙ୍କ ମଧ୍ୟରୁ ୨ ଜଣଙ୍କୁ ଉକ୍ତ ମହିଳା ଜାଣିଥିବାରୁ ଏହା ପ୍ରେମ ଜନିତ ଘଟଣା ବୋଲି ଅଭିଯୋଗରେ ଦର୍ଶାଇ ଥିଲେ।

ପୋଲିସ ଏହି ଘଟଣାରେ ୬/୭ ଜଣ ସନ୍ଦିଗ୍ଧଙ୍କୁ ଉଠାଇ ଆଣି ପଚରାଉଚୁରା ଚଳାଇଛି।