ଘଟଣା ଓ ଦୁର୍ଘଟଣା

ବ୍ୟାରେଜକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ତୁରନ୍ତ ଗେଟ୍ ବନ୍ଦ କରିଦେବାରୁ ବଞ୍ଚିଗଲା ଜୀବନ

By Angul TV Bureau

August 20, 2022

ତାଳଚେର:କଣିହାଁ ବ୍ଲକ ସମଲ ବ୍ୟାରେଜକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ। ସୂଚନା ମୁତାବକ, ଜଣେ ଯୁବତୀ ଆଜି ସକାଳୁ ସାମଲ ବ୍ୟାରେଜର ୨୪ ନମ୍ବର ଗେଟ ତଳକୁ ଡେଇଁ ପଡ଼ିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଅଞ୍ଚଳବାସୀ ଏହା ଦେଖି ତୁରନ୍ତ ବ୍ୟାରେଜ୍ କର୍ତ୍ତୃପକ୍ଷଙ୍କୁ ଜଣାଇବାରୁ ସେମାନେ ଖୋଲାଥିବା ବ୍ୟାରେଜ ଗେଟଗୁଡ଼ିକୁ ବନ୍ଦ କରିଦେଇଥିଲେ।

ସ୍ଥାନୀୟ ଲୋକେ ଗେଟ ତଳକୁ ଯାଇ ଯୁବତୀଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରି ଡଙ୍ଗାରେ କୂଳକୁ ଆଣିଥିଲେ। ତେବେ ଏ ନେଇ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ସେମାନେ ଡେରିରେ ପହଞ୍ଚିଥିଲେ। ଯୁବତୀଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀ କାହିଁକି ଆତ୍ମହତ୍ୟା କରୁଥିଲେ ସେ କାରଣ ଅସ୍ପଷ୍ଟ ରହିଛି। ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।