ଅନ୍ୟାନ୍ୟ

ପଞ୍ଚଦିବସୀୟ ଗୋ ସମ୍ବର୍ଦ୍ଧନା ମହାଯଜ୍ଞ: ଗୋ ବଂଶର ସୁରକ୍ଷା, ସଂରକ୍ଷଣ ଓ ଗୋ ହତ୍ୟା ନିଷେଧ ପାଇଁ ନିଆଗଲା ବୈଦିକ ସଂକଳ୍ପ

By Angul TV Bureau

May 15, 2023

ଅନୁଗୁଳ: ସ୍ଥାନୀୟ ଶ୍ରୀ ଗୋପାଳ ଗୋଶାଳା ଆନୁକୂଲ୍ୟରେ ପଞ୍ଚଦିବସୀୟ ଗୋ ସମ୍ବର୍ଦ୍ଧନା ମହାଯଜ୍ଞ ପଞ୍ଚମହଲା ସ୍ଥିତ ଗୋ ଶାଳା ଠାରେ ଅନୁଷ୍ଠିତ ହୋଇଛି। ଗତ ଗୁରୁବାର ଠାରୁ ବୈଦିକ ବିଧି ବିଧାନ ପୂର୍ବକ ଆରମ୍ବ ହୋଇ ସୋମବାର ପୂର୍ଣ୍ଣାହୂତି ସରିଛି। ଯଜ୍ଞରେ ବିଭିନ୍ନ ପର୍ଯ୍ୟାୟରେ ସୂର୍ଯ୍ୟ ପୂଜନ, ଗୁରୁପୂଜନ, ଗୋ ପୂଜନ ଆଦି କରାଯାଇ ବିଶ୍ୱର କଲ୍ୟାଣ ତଥା ଗୋ ବଂଶର ସୁରକ୍ଷା, ସଂରକ୍ଷଣ, ସମ୍ବର୍ଦ୍ଧନା ଓ ଗୋ ହତ୍ୟା ନିଷେଧ କରିବା ପାଇଁ ବୈଦିକ ସଂକଳ୍ପ କରାଯାଇଥିଲା।

ଏ ଅବସରରେ ପଞ୍ଚଗବ୍ୟର ଉପକାରିତା, ଗୋମୟ ଓ ଗୋ ସୂତ୍ରର ମାନବ କଲ୍ୟାଣ ପାଇଁ ଉପଯୋଗିତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଯଜ୍ଞରେ ଭାରତର ବିଭିନ୍ନ ସ୍ଥାନରୁ ଆସିଥିବା ଯାଜ୍ଞିକ ବ୍ରାହ୍ମଣ ପଣ୍ଡିତ ଉପସ୍ଥିତ ଥିଲେ।