ମୁଖ୍ୟ ଖବର

ଗୋ ସମ୍ପଦ ସୁରକ୍ଷା ଦାବୀ

By Angul TV Bureau

August 05, 2024

ଅନୁଗୁଳ: ଗୋ ସମ୍ପଦର ସୁରକ୍ଷା ଏବଂ ଧନଜୀବନ ହାନି ରୋକିବା ନିମନ୍ତେ ଅନୁଗୁଳ ସହର ମଧ୍ୟରେ ଏକ ଗୋଶାଳା ନିର୍ମାଣ ସମ୍ବନ୍ଧରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନିକଟରେ ଅନୁଗୁଳ ପଶୁ କଲ୍ୟାଣ ନ୍ୟାସ ତରଫରୁ ଦାବୀ ଉପସ୍ଥାପନା କରାଯାଇଛି।

ଅନୁଷ୍ଠାନ ଗତ ୧୦ ବର୍ଷ ଧରି ଗୋବଶଂ ବା ଗୋସମ୍ପଦର ସେବା କରିଆସୁଅଛି। ବର୍ତ୍ତମାନ ସୁଧା ପ୍ରାୟ ୫୦୦୦ ରୁ ଅଧିକା ଆଘାତ ପ୍ରାପ୍ତ ଗୋବଶଂ ଓ ବୃଷଭଙ୍କର ସେବା କରିଥିବା ଅନୁଷ୍ଠାନ ଉଲ୍ଲେଖ କରିଛନ୍ତି। ଅନୁଗୋଳ ପୌରାଞ୍ଚଳରେ ଥିବା ଗୋରୁ ମାଲିକ ମାନଙ୍କ ଆବେହେଳା ଓ ଅମାନିଆ ଆଚରଣ ପ୍ରଦର୍ଶନ ଦୀର୍ଘ ଦିନ ଉଭୟ ଗୋ ସମ୍ପଦ ଓ ଜନ ସାଧାରଣ ବିଭିନ୍ନ ସମୟରେ ଦୁର୍ଘଟଣାରେ ଶିକାର ହେଉଛନ୍ତି।

ଏହି ଅବସ୍ଥା ଯୋଗୁଁ ଗତ ୨୦୧୬ ଠାରୁ ୨୦୨୪ ଆରମ୍ଭ ସୁଦ୍ଧା ଭିତରେ ୪୫୦୦ ରୁ ଅଧିକା ବୃଷଭ ,ଗୋ ମାତା ମୃତ ବରଣ କରିବା ସହ ୮୦୦୦ ରୁ ଅଧିକ ଆହତ ହୋଇଛନ୍ତି। ସବୁଠାରୁ କଷ୍ଟ ଦାୟକ ବିଷୟ ଯେ ରାଜରାସ୍ତା ଉପରେ ମାଳ ମାଳ ଗୋ ମାତା, ବୃଷଭଙ୍କ ପାଇଁ ଜନସାଧାରଣ ଦୁର୍ଘଟଣା ଶିକାର ହେଉଛନ୍ତି। ବାରମ୍ବାର ଜିଲ୍ଲାପାଳ ଓ ପୌରାଧିକାରୀଙ୍କୁ ଲିଖିତ ଅଭିଯୋଗ କରିଲା ପରେବି ଗୋଶାଳାଟିଏ ନିର୍ମାଣ ହୋଇପାରିଲା ନାହିଁ କି ତାହା କାର୍ଯ୍ୟକାରୀ ହୋଇ ପାରିଲା ନାହିଁ ବୋଲି ବିଧାୟକଙ୍କ ନିକଟରେ ଅନୁଷ୍ଠାନ ଅଭିଯୋଗ କରିଛି ।

ଅଭିଯୋଗ ଶୁଣିବା ପରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଏହାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକଙ୍କ ପରାମର୍ଶ ପରେ ଅନୁଷ୍ଠାନର ସଭାପତି ରୁକେଶ ରୋସନ ଦାସ ଓ ଉପଦେଷ୍ଟା ପର୍ଶୁରାମ ଦାଶ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ସାକ୍ଷାତ କରି ଗୋଶାଳା ପାଇଁ ପଦକ୍ଷେପ ନେଲେ ଗୋସମ୍ପଦ ରକ୍ଷା ପାଇ ପାରିବେ ଏବଂ ଧନଜୀବନ ନଷ୍ଚକୁ ରୋକାଯାଇ ପାରିବ ବୋଲି ଦାବୀ ଜଣାଇଥିଲେ।