ଅନୁଗୋଳ: ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଲକ୍ଷ୍ୟରେ ଅନୁଗୋଳ ସାଆନ୍ତରାପୁର ଗ୍ରାମ୍ୟ କମିଟି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜରପଡ଼ା ଥାନା ଅଧୀନ ସାଆନ୍ତରାପୁର ଗ୍ରାମ ନିକଟ କରଡ଼ାବଣି ଛକରେ ଥିବା ସରକାରୀ ଜମିରେ ବିଭିନ୍ନ ପ୍ରଜାତିର ପ୍ରାୟ ୫ ଶହ ଚାରା ଲଗାଯାଇଥିଲା।
ଏଥିରେ ଶାଗୁଆନ, ସଜନା, କାଜୁ, ପିସ୍ତା ବାଦାମ, ଶିଶୁ ଓ ବାଉଁଶ ଭଳି ଚାରା ରୋପଣ କରାଯାଇଛି। ଯୁବ ନେତା କୃଷ୍ଣ ରାଉତଙ୍କ ନେତୃତ୍ୱରେ ଆୟୋଜିତ ଅଭିଯାନରେ ଗ୍ରାମ ସଭାପତି ଶତୃଘ୍ନ ସାହୁ, ସମ୍ପାଦକ ଚରଣ ପ୍ରଧାନ, କୋଷାଧ୍ୟକ୍ଷ ସଞ୍ଜୟ କୁମାର ପ୍ରଧାନଙ୍କ ସମେତ କମିଟିର ସଦସ୍ୟ ଓ ଗ୍ରାମବାସୀ ଯୋଗଦେଇଥିଲେ।କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ବେହେରା ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ହୃଷୀକେଶ ଗଡ଼ନାୟକ ମଧ୍ୟ ଉପସ୍ଥିତ ରହି ଚାରାରୋପଣରେ ସାମିଲ ହୋଇଥିଲେ।