ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପିର ସାଙ୍ଗଠନିକ ପ୍ରଭାରୀ ଭାବେ ବରିଷ୍ଠ ନେତା ଗୋଲକ ମହାପାତ୍ରଙ୍କୁ ଦାୟିତ୍ୱ ମିଳିଛି। ରାଜ୍ୟ ବିଜେପି ପକ୍ଷରୁ ଆଜି ନାମ ଘୋଷଣା ହେବା ପରେ ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ସ୍ୱାଗତ କରାଯାଇଛି। ଗୋଲକ ମହାପାତ୍ର ଜଣେ ଅନୁଭବୀ ନେତା ବିଗତ ନିର୍ବାଚନରେ ଢେଙ୍କାନାଳ ପାର୍ଲିଆମେଣ୍ଟ ପ୍ରଭାରୀ ଥିବା ବେଳେ ଅନୁଗୁଳ ଜିଲ୍ଲାରେ ବହୁ କମ ସମୟ ମଧ୍ୟରେ ସାଙ୍ଗଠନିକ କାର୍ଯ୍ୟ କୁ ସଠିକ ଭାବେ ପରିଚାଳନା କରି ବିଜେପିକୁ ବିଜୟ କରାଇଥିଲେ। ପୁନର୍ବାର ଅନୁଗୁଳ ଜିଲ୍ଲାର ପ୍ରଭାରୀ ହେବା ନିଶ୍ଚିତ ଭାବେ ବିଜେପିର ସାଙ୍ଗଠନିକ ଦକ୍ଷତା ବୃଦ୍ଧି ଘଟିବ ବୋଲି ବିଜେପି ପ୍ରକାଶ କରିଛି।
ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ, ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ବିଧାୟକ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଅଗସ୍ତି ବେହେରା, ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ, ପ୍ରାକ୍ତନ ବିଧାୟକ ରମେଶ ସାଏ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ଜୋନାଲ ମିଡ଼ିଆ ସେଲ ପ୍ରଭାରୀ ପର୍ଶୁରାମ ବାରିକଙ୍କ ସମେତ ସମସ୍ତ ଜିଲ୍ଲା ଟିମ ଗୋଲକ ମହାପାତ୍ରଙ୍କ ଅନୁଗୁଳ ଜିଲ୍ଲା ପ୍ରଭାରୀ ଭାବେ ନୂତନ ଦାୟିତ୍ୱକୁ ସ୍ୱାଗତ ଜଣାଇଛନ୍ତି।