ଘଟଣା ଓ ଦୁର୍ଘଟଣା

ଅନୁଗୁଳରେ ପୁଣି ଛିନତାଇ: ଦିନ ଦ୍ଵିପ୍ରହରରେ ମହିଳାଙ୍କ ବେକରୁ ଛିଣ୍ଡାଇ ନେଲେ ସୁନା ଚେନ୍

By Angul TV Bureau

January 08, 2024

ଅନୁଗୁଳ: ଦିନ ଦ୍ଵିପ୍ରହରରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ ଜଣେ ମହିଳାଙ୍କ ଠାରୁ ସୁନା ଚେନ ଲୁଟ୍ ହୋଇଛି।

ସୂଚନା ଅନୁଯାୟୀ, ଶନିବାର ଅନୁଗୁଳ ମଦନ ମୋହନପଡ଼ାର ମନକା ରାଠି ନାମକ ଜଣେ ମହିଳା ସ୍ୱାମୀଙ୍କ ସହ ଡେଲି ମାର୍କେଟକୁ ପରିବା କିଣିବାକୁ ଆସିଥିଲେ। ପରିବା କିଣି ସାରି ଘରକୁ ଫେରୁଥିବା ବେଳେ ଦୁଇ ଜଣ ଲୁଟେରା ବାଇକରେ ମନକା ରାଠିଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଥିଲେ। ଏଥିରେ ମହିଳା ଜଣଙ୍କ ଗାଡିରୁ ପଡି ଯାଇ ସାମାନ୍ୟ ଆହତ ହେଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ଏ ନେଇ ମନକା ରାଠି ଅନୁଗୁଳ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଅସୁରକ୍ଷିତ ମଣୁଥିବା କହିଛନ୍ତି।