ଘଟଣା ଓ ଦୁର୍ଘଟଣା

ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିନେଲେ ଦୁର୍ବୃତ୍ତ, ସିସିଟିଭି ଦେଖି ଚୋରକୁ ମାଡ଼ି ବସିଲେ

By Angul TV Bureau

February 19, 2025

ଅନୁଗୁଳ: ଅଳିଆ ପକାଇବାକୁ ଯିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିନେଲେ ଦୁର୍ବୃତ୍ତ। ତାଳଚେର ବାଘୁଆବୋଲ ଅଞ୍ଚଳରେ ଏଭଳି କାଣ୍ଡ ଘଟିଛି, ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

ସୂଚନା ମୁତାବକ, ବାଘୁଆବୋଲ ଅଞ୍ଚଳର ଅରୁନ୍ଧତୀ ମହାନ୍ତି ସକାଳୁ ଘରର ଅଳିଆ ପକାଇବାକୁ ବାହାରକୁ ଯାଇଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ମହିଳାଙ୍କୁ ଏକ ଠିକଣା ପଚାରିଥିଲେ। ତା’ପରେ ତାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଥିଲେ। ମହିଳାଙ୍କ ପାଟି ଶୁଣି ଘର ଲୋକ ଆସିବା ବେଳକୁ ଚୋର ଛୁ’ ମାରିଥିଲେ।

କିଛି ସମୟ ପରେ ସିସିଟିଭିକୁ ଯାଞ୍ଚ କରି ପରିବାର ଲୋକ ଦୁଇ ଚୋରଙ୍କୁ ତାଳଚେର ଡେରା ଅଞ୍ଚଳରେ ଠାବ କରିବାରେ ସକ୍ଷମ ହୋଇଥିଲେ। ଉଭୟ ଦୁର୍ବୃତ୍ତଙ୍କ ଠାରୁ ଆଉ କିଛି ସୁନା ଅଳଙ୍କାର ଏବଂ ମାରଣାସ୍ତ୍ର ପାଇଥିଲେ। ପରେ ପୋଲିସକୁ ସୂଚନା ଦେବାରୁ ପୋଲିସ ଡେରା ଛକ ଠାରେ ପହଞ୍ଚି ଉଭୟ ଦୁର୍ବୃତ୍ତଙ୍କୁ ଗିରଫ କରିଛନ୍ତି। କିନ୍ତୁ ଜବତ ସୁନା ଗହଣାକୁ ପରିବାର ଲୋକଙ୍କୁ ଫେରାଇନାହାନ୍ତି। ପୋଲିସ ଅଧିକ ତଦନ୍ତ ପାଇଁ ଗହଣା ଜବତ କରିଥିବା ଦର୍ଶାଇଛନ୍ତି।