ମୁଖ୍ୟ ଖବର

ପୁଣି ଅନୁଗୁଳରେ କଳା ପଲସର ଆତଙ୍କ: ମହିଳାଙ୍କଠୁ ଝାମ୍ପି ନେଲେ ୨ ଭରିର ସୁନା ଚେନ୍

By Biswaranjan Pattnaik

July 03, 2024

ଅନୁଗୁଳ : ପୁଣି ଅନୁଗୁଳରେ କଳା ପଲସର ଆତଙ୍କ। ଆଜି ସ୍ଥାନୀୟ ଫିସେରି ଅଫିସ ପାଖରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ।

ସୂଚନା ମୁତାବକ, ଆଜି ସନ୍ଧ୍ୟାରେ ଅଦ୍ଵୈତ ନଗରରେ ରହୁଥିବା ବର୍ଷାରାଣୀ ସାଥୁଆ ମହାପାତ୍ର ନିଜ ପିଲାକୁ ଟିୟୁସନରେ ଛାଡି ଫିସେରି ଅଫିସ ପାଖ କଲୋନୀକୁ ସ୍କୁଟିରେ ଯାଉଥିଲେ। ଏହି ସମୟରେ ଦୁଇ ଜଣ ଯୁବକ ତାଙ୍କ ଆଗରେ ଗାଡି ରଖି ତାଙ୍କ ବେକରୁ ଦୁଇ ଭରି ଓଜନର ସୁନା ଚେନ ଛିଣ୍ଡାଇ ନେଇ ପଳାଇଥିଲେ। ସେମାନେ କଳା ରଙ୍ଗର ପଲ୍ସର୍ ରେ କଳା ରଙ୍ଗର ରେନ୍ କୋଟ୍ ଓ କଳା ରଙ୍ଗର ହେଲମେଟ ପିନ୍ଧି ଥିଲେ। ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି।