ମୁଖ୍ୟ ଖବର

ଗୋଟିଏ ରାତିରେ ୩ ଜଣଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ନେଇଗଲେ ଦୁର୍ବୃତ୍ତ

By Angul TV Bureau

July 29, 2025

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ନୂଆମୌଜା ପଞ୍ଚାୟତ ସରଧାପୁର ଗ୍ରାମର ତଳ ସାହିରେ ରାତିରେ ଘରେ କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ।

ଗତ ସୋମବାର ବିଳମ୍ବିତ ରାତିରେ ଗଗନ ବିହାରୀ ସାହୁ ଶୋଇଥିବା ବେଳେ ଚୋରମାନେ ଘରେ ପଶି ସୁନା ଗହଣା ନେଇଯାଇଛନ୍ତି। ସକାଳ ସାଢ଼େ ୫ଟାରେ ନିଦ ଭାଙ୍ଗିବାରୁ ସେ ଘର କବାଟ ଖୋଲାଥିବା ଦେଖିଥିଲେ। ଆଲମିରା ଭାଙ୍ଗିବା ସହ ଜିନିଷ ପତ୍ର ଏଣେତେଣେ ପଡ଼ିଥିଲା। ଘରୁ ସୁନା ମାଳ, ରାଣୀ ହାର, ମୁଦି ୮ଟି, ସୁନା ହାର, ସୁନା କଏନ, ସୁନା ବିସ୍କୁଟ, ସୁନା କାନ ଫୁଲ ୬ ପଟ, କାନ ଝର ୬ ହଳ, ସୁନା ବାହୁବନ୍ଧ, ନେକଲେସ, ସୁନା ଚେନ୍ ୨ ପିସ୍, ସୁନାର କାନ ଚେନ୍, ରୂପ ପାଉଁଜି ଦୁଇ ହଳ, ରୂପ କଏନ ୩୧ ଟି ଚୋରି ହୋଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରୁଛି।

ସେହିପରି ଗତ ରାତିରେ ଦୁର୍ବୃତ୍ତ ସଞ୍ଜୟ କୁମାର ସ୍ୱାଇଁଙ୍କ ଘର କବାଟ ଭାଙ୍ଗି ସୋଲଡିଙ୍ଗ ପାଇପ୍ ସିଲିଣ୍ଡର ନେବା ସହ ଦିଲ୍ଲୀପ ସାହୁଙ୍କ କବାଟ ଭାଙ୍ଗି କିଛି ରେଜା ପଇସା ନେଇଯାଇଥିଲେ।