ଘଟଣା ଓ ଦୁର୍ଘଟଣା

ଅନୁଗୋଳରେ ମହିଳାଙ୍କଠାରୁ ସୁନା ଅଳଙ୍କାର ଲୁଟ୍: ଥାନାରେ ଅଭିଯୋଗ

By Angul TV Bureau

August 09, 2026

ଅନୁଗୋଳ: ଜିଲ୍ଲା ସଦର ମହକୁମା ଟାଉନ୍ ଥାନା ଅନ୍ତର୍ଗତ ହେମସୁରପଡ଼ାରୁ ଜଣେ ମହିଳାଙ୍କଠାରୁ ସୁନା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଗତ ୫ ତାରିଖ ସକାଳେ ଏଭଳି ଅଘଟଣ ଘଟିଛି।

ସୂଚନା ଅନୁଯାୟୀ, ହେମସୁରପଡ଼ାର ପଦ୍ମିନୀ ପାତ୍ର ସେଦିନ ସକାଳେ ଛକକୁ ଜଳଖିଆ ଆଣିବାକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ଜଣେ ଅଣଓଡ଼ିଆ ବ୍ୟକ୍ତି ତାଙ୍କୁ ରାସ୍ତାରେ ଅଟକାଇ ଜଣେ ଡାକ୍ତରଙ୍କ ଠିକଣା ପଚାରିଥିଲେ। ଅଭିଯୁକ୍ତଜଣକ କୌଶଳକ୍ରମେ ମହିଳାଙ୍କୁ ବଶୀଭୂତ କରି ତାଙ୍କ ପାଖରେ ଥିବା ସୁନା କାନଫୁଲ ଓ ସୁନା ଚୁଡ଼ି ଲୁଟି ନେଇ ଫେରାର ହୋଇଯାଇଥିଲେ।ଏନେଇ ପଦ୍ମିନୀ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।