ଘଟଣା ଓ ଦୁର୍ଘଟଣା

ଭଡ଼ାଟିଆଙ୍କ ଘରୁ ସୁନା ଅଳଙ୍କାର ଚୋରି: ୨ ଗିରଫ

By Angul TV Bureau

June 20, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ଟାଉନ ଥାନା ଅନ୍ତର୍ଗତ ବ୍ରାହ୍ମଣଶାସନ ଅଞ୍ଚଳରେ ଏକ ଚୋରି ଘଟଣାର ପର୍ଦ୍ଦାଫାସ ହୋଇଛି। ଗତ ୧୮ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ବାସିନ୍ଦା ଡିଗଲ ମିଶ୍ରଙ୍କ ଘରେ ଦୀର୍ଘ ବର୍ଷ ଧରି ରହୁଥିବା ସଞ୍ଜୟ ପାଲ ଓ ତାଙ୍କ ପତ୍ନୀଙ୍କ କୋଠରୀରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଚୋରି ହୋଇଥିଲା।

ସୂଚନା ଅନୁଯାୟୀ, ଦମ୍ପତି ତଳ ମହଲାକୁ ଯାଇଥିବା ସମୟରେ ଅଜଣା ଦୁର୍ବୃତ୍ତମାନେ ଘରେ ପଶି ଲକର ଭାଙ୍ଗି ଚୋରି କରିଥିଲେ। ଚୋରି ହୋଇଥିବା ଅଳଙ୍କାର ମଧ୍ୟରେ ୬୦ ଗ୍ରାମ ସୁନା (୧ଟି ଚେନ୍, ୪ଟି ମୁଦି, ୨ଟି କାନଫୁଲ, ୨ଟି ଚୂଡ଼ି, ୧ଟି ମଙ୍ଗଳସୂତ୍ର) ଓ ୮୦ ଗ୍ରାମ ରୁପା ଅଳଙ୍କାର (୧ଟି କଙ୍କଣ ଓ ୨ ଯୋଡ଼ା ପାଉଁଜି) ରହିଛି।ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ପୋଲିସ ବହ୍ଲର ଗ୍ରାମର ଦିବ୍ୟରଞ୍ଜନ ବଳ (୩୦) ଓ ବ୍ରାହ୍ଣଣଶାସନର ସୋହନଶ୍ରୀ ମିଶ୍ର (୨୧)ଙ୍କୁ ଗିରଫ କରିଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି।