ଘଟଣା ଓ ଦୁର୍ଘଟଣା

ଛେଣ୍ଡିପଦା ବଜାରରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍: ଡିକି ଭାଙ୍ଗି ନେଇଗଲେ ସୁନା ଚୁଡି ଓ କାନଫୁଲ

By Angul TV Bureau

March 24, 2026

ଅନୁଗୁଳ: ଦିନ ଦ୍ବିପହରରେ ଛେଣ୍ଡିପଦା ବଜାରରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେବାର ଏକ ଘଟଣା ଘଟିଛି। ଏଥିରେ ଦୁଇ ଜଣ ଲୁଟେରା ଥିଲେ ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ, ଛେଣ୍ଡିପଦା ଥାନା କେନ୍ଦୁପଶି ଗ୍ରାମର ରାଜକିଶୋର ସାହୁ ଓ ତାଙ୍କ ସ୍ତ୍ରୀ ଛେଣ୍ଡିପଦା ସାହୁଜୀ ଗହଣା ଦୋକାନରୁ ୧ ଲକ୍ଷ ୯୫ ହଜାର ଟଙ୍କାର ମଙ୍ଗଳସୂତ୍ର, ଚୁଡି ଓ କାନ ଫୁଲ କିଣିଥିଲେ। ରାଜକିଶୋରଙ୍କ ସ୍ତ୍ରୀ ମଙ୍ଗଳ ସୂତ୍ରକୁ ବେକରେ ପିନ୍ଧିବା ସହିତ ଅନ୍ୟ ଅଳଙ୍କାରକୁ ମଟରସାଇକେଲ୍ ଡିକିରେ ରଖିଥିଲେ।

ଗାଡ଼ିକୁ ରାସ୍ତା କଡ଼ରେ ରଖି ଦୋକାନରୁ ଔଷଧ କିଣୁଥିବା ସମୟରେ ଦୁଇ ଜଣ ଲୁଟେରା ଡିକି ଭାଙ୍ଗି ୧ ଲକ୍ଷ ୨୨ହଜାର ଟଙ୍କାର ଚୁଡି ଓ କାନଫୁଲ ଲୁଟି ନେଇଥିଲେ। ଏହା ଦେଖି ରାଜକିଶୋର ପାଟି କରିବାରୁ ସ୍ଥାନୀୟ ଲୋକେ ଦୁଇ ଜଣ ଲୁଟେରାର ପିଛା କରିଥିଲେ ମଧ୍ୟ କରିପାରିନଥିଲେ। ତେବେ ଏନେଇ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ସିସିଟିଭି ଫୁଟେଜ ଆଧାରରେ ଛାନଭିନ ଚଳାଇଛି।