ମୁଖ୍ୟ ଖବର

ରାତିରେ ଘରେ ପଶିଲେ ଚୋର: ଲାଇନ୍ କାଟି ଲୁଟିଲେ ୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଗହଣା

By Angul TV Bureau

June 23, 2025

ଅନୁଗୁଳ: ଅନୁଗୁଳରେ ପୁଣିରେ ମାତିଲେଣି ଚୋର।ରାତିରେ ଘରେ ପଶି ଲୁଟି ନେଲେ ୭ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଓ ରୁପା ଗହଣା। ଖବର ପାଇ ଛେଣ୍ଡିପଦା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଡାପଡା ଗାଁର ରଞ୍ଜନ କୁମାର ଗଡ଼ନାୟକଙ୍କ ଘରୁ ଚୋରି ହୋଇଛି। ରାତିରେ ସମସ୍ତେ ଶୋଇଥିବାର ସୁଯୋଗ ନେଇ ପଛ ପଟ ଗ୍ରିଲ ଖୋଲି ଦୁର୍ବୃତ୍ତମାନେ ଘରେ ପଶିଥିଲେ। ସେ ଘରର ଲାଇନ କାଟି ରଞ୍ଜନଙ୍କ ପୁଅ ବୋହୂ ଶୋଇବା ଘରର ଆଲମିରା ଖୋଲି ପ୍ରାୟ ୭ ଲକ୍ଷ ଟଙ୍କାର ସୁନା ଗହଣା ଓ ଲାପଟପ ଲୁଟି ନେଇଛନ୍ତି। ସେମାନେ ରଞ୍ଜନଙ୍କ ସ୍ତ୍ରୀ ପିନ୍ଧିଥିବା କାନ ଫୁଲ ନେବାକୁ ଉଦ୍ୟମ କରିବା ବେଳେ ପରିବାର ଲୋକ ଉଠି ପଡ଼ିଥିଲେ। ଫଳରେ ଚୋରମାନେ ଘରର ପଛପାଖ ଦେଇ ଫେରାର ହୋଇଯାଇଥିଲେ। ଏନେଇ ପୋଲିସକୁ ଜଣାଇବା ପରେ ପୂରା ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛନ୍ତି।