ଅନ୍ୟାନ୍ୟ

ଠାକୁରଗଡ଼ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ, ଦ୍ୱିତୀୟ ପ୍ରସ୍ତୁତି ବୈଠକ ଶେଷ

By Sanjeeb Biswal

February 07, 2023

ଠାକୁରଗଡ଼: ୫୦ ବର୍ଷ ପୂର୍ତ୍ତି ଅବସରରେ ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଉଚ୍ଚ ବିଦ୍ୟାଳୟ ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଛି। ସୁବର୍ଣ୍ଣ ଜୟନ୍ତୀକୁ ବେଶ୍ ଧୁମ୍ ଧାମରେ ପାଳନ କରିବା ପାଇଁ ମଙ୍ଗଳବାର ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସୁବର୍ଣ୍ଣ ଜୟନ୍ତୀକୁ କିଭଳି ସୁଚାରୁ ରୂପେ ପାଳନ କରାଯିବ ସେଥିପାଇଁ ଏକ ୭ ଜଣିଆ ଟିମ୍ ଗଠନ କରାଯାଇ ପ୍ରଚାର ପ୍ରସାର ପାଇଁ ବୈଠକରେ ଆଲୋଚନା କରାଯାଇଥିଲା। ପୂର୍ବତନ ପି. ଇ. ଟି ଶିକ୍ଷକ ଦିବାକର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ସନ୍ତୋଷ କୁମାର ପ୍ରଧାନ, ବିଜୟ କୁମାର ମହାକୁଡ଼, ଗୋକୁଳାନନ୍ଦ ପ୍ରଧାନ, ଭଗବାନ ସାହୁ, ମୋହନ ନାୟକ, ସନ୍ତୋଷ ବିଶ୍ଵାଳ, ଶତ୍ରୁଘ୍ନ ସାହୁ, ଅନାମ ଚରଣ ସ୍ୱାଇଁ, ରମେଶ ଚନ୍ଦ୍ର ନାୟକ, ଧନଞ୍ଜୟ ନାୟକ ପ୍ରମୁଖ ବହୁତ ପୁରାତନ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଏବଂ ଅଭିଭାବକ ଯୋଗ ଦେଇଥିଲେ।