ଅନ୍ୟାନ୍ୟ

ବାଲିପଟ୍ଟା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି

By Angul TV Bureau

June 07, 2022

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ବାଲିପଟ୍ଟା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ସୋମବାର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପୁରାତନ ଛାତ୍ର ସ୍ଥାୟୀ ସଭାପତି ତଥା ଭୁବନେଶ୍ୱରର ଏସିପି ମାନସ ରଞ୍ଜନ ଗଡ଼ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ଜାନୁଆରୀରେ ସୁବର୍ଣ୍ଣ ଜୟନ୍ତୀ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି।

ବୈଠକରେ ଖଗେଶ୍ବର ସାହୁ, ଟୁନା ଗଡନାୟକ, ସୁଦୀପ୍ ଗଡ଼ନାୟକ, ଆନନ୍ଦ ଗଡନାୟକ, ରମାକାନ୍ତ ଗଡ଼ନାୟକ, ହାରାମ ବେହେରା, ଶରତ ଚନ୍ଦ୍ର ପ୍ରଧାନ, ମଦନ ମୋହନ ଗଡ଼ନାୟକ, ଶିଶିର ଗଡ଼ନାୟକ, ସଞ୍ଜୟ ସାହୁ, ମାନେଶ୍ଵର ସାହୁ, ସନ୍ତୋଷ ପ୍ରଧାନ, ମାଧବ ପ୍ରଧାନ, ଲମ୍ବୋଦର ସାହୁ, ସୁମନ ସାହୁ, ଟିକନ ସେଠୀ, ସୁନୀଲ ଗଡ଼ନାୟକ, ଶାନ୍ତନୁ ସାହୁ, ବରୁଣ ସାହୁ, ଆକାଶ ନନ୍ଦ, ବଳରାମ ପ୍ରଧାନ, ବାପୁଜୀ ପ୍ରଧାନ, ଲକି ଗଡନାୟକ, ଟିଟୁ ସାହୁ, ଲିକୁ ସାହୁ ପ୍ରମୁଖ ଛାତ୍ର ଉପସ୍ଥିତ ଥିଲେ।