ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ୪୦ ତମ ବାର୍ଷିକ ସଭା ହାଟସାହି ଠାରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଅତିଥିଭାବେ ବିଜେପି ବରିଷ୍ଠ ନେତା ତଥା ଜିଲ୍ଳା ଉପସଭାପତି ଲିଙ୍ଗରାଜ ଦାଶ ଏବଂ ମଣ୍ଡଳ ସଭାପତି ଆଶିଷ ସାମଲ ଯୋଗଦାନ କରିଥିଲେ। ଏଥିସହ ଗୋଣ୍ଡ ମହାସଭାର ସଭାପତି ଅକ୍ଷୟ କୁମାର ନାୟକ, ସମ୍ପାଦକ ହରେକୃଷ୍ଣ ନାୟକ, ଦୁଃଶାସନ ନାୟକ, ଲିଙ୍ଗରାଜ ନାୟକ, ଶୈଳେନ୍ଦ୍ର ସିଂହ, ସୁରେଶ ଚନ୍ଦ୍ର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବ୍ଲକର ସମସ୍ତ ଗୋଣ୍ଡ ମହାସଭାର କାର୍ଯ୍ୟକର୍ତ୍ତା ସଭାରେ ଉପସ୍ଥିତ ଥିଲେ।