ମୁଖ୍ୟ ଖବର

ରାଣୀ ଦୁର୍ଗାବତୀଙ୍କ ବୀରତ୍ୱକୁ ସମ୍ମାନ: ଆଠମଲ୍ଲିକରେ ଗୋଣ୍ଡ ମହାସଭାର ବିରାଟ ସମାବେଶ

By Angul TV Bureau

June 25, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡର ଆମ୍ବସରମୁଣ୍ଡା ସ୍ଥିତ ଜଂଘା ବଡ଼ଦେବ କଳା ମଣ୍ଡପଠାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା, ଓଡ଼ିଶା ପ୍ରଦେଶ ଆନୁକୂଲ୍ୟରେ ବୀରାଙ୍ଗନା ରାଣୀ ଦୁର୍ଗାବତୀଙ୍କ ୪୬୩ତମ ବଳିଦାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।

ଜିଲ୍ଲା ସଭାନେତ୍ରୀ ଶୋଭାଗିନୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୪୦୦ରୁ ଅଧିକ ମହିଳା ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ପଦ୍ମିନୀ ପାତ୍ର ଯୋଗ ଦେଇ ରାଣୀ ଦୁର୍ଗାବତୀଙ୍କ ଅଦମ୍ୟ ସାହସ ଓ ବଳିଦାନର ଗାଥା ଉପରେ ଆଲୋକପାତ କରିଥିଲେ। ସଭାରେ ଗୋଣ୍ଡ ସମାଜର ବୀର ଶହୀଦମାନଙ୍କ ଅବଦାନକୁ ମଧ୍ୟ ସ୍ମରଣ କରାଯାଇଥିଲା। ଅନ୍ୟତମ ଅତିଥି ଭାବେ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ସାଏ, ରାଜ୍ୟ ସଭାନେତ୍ରୀ ସୁକାନ୍ତୀବାଳା ନାୟକ ପ୍ରମୁଖ ଯୋଗ ଦେଇ ମହିଳା ସଶକ୍ତୀକରଣ ଏବଂ ସରକାରୀ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଠମଲ୍ଲିକର ୧୬ଟି ପୁଞ୍ଜର କର୍ମକର୍ତ୍ତା ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ।