ଅନୁଗୁଳ: ଅନୁଗୁଳ ନିଶା ଥାନା ଅଞ୍ଚଳରେ ବଢ଼ି ଚାଲିଛି ଲୁଟେରାଙ୍କ ଦୌରାତ୍ମ୍ୟ। ବୁଧବାର ସକାଳେ ପରଙ୍ଗଠାରେ ୨ ଜଣ ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ଲୁହା ଛଡ଼ରେ ପିଟି ସୁନା ଚେନ୍ ଓ ମୋବାଇଲ୍ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି।
ପୋଲିସ ସୂଚନା ମୁତାବକ, ଲୁଟ୍ର ଶିକାର ହୋଇଥିବା ଯୁବକ ହେଲେ ଦେବାନନ୍ଦ ଦାଶ(୪୨)। ସେ ପରଙ୍ଗ ସ୍ଥିତ ଏକ ପ୍ଳାଣ୍ଟରେ ଚାକିରି କରିଛନ୍ତି । ବୁଧବାର ସକାଳ ପ୍ରାୟ ୮ଟା ବେଳେ ଦେବାନନ୍ଦ ପରଙ୍ଗ ଠାରେ ଛିଡ଼ା ହୋଇଥିଲେ। ଏହି ସମୟରେ ୨ ଜଣ ଦୁର୍ବୃତ୍ତ ଏକ ବୋଲେରୋରେ ତାଙ୍କୁ ଆଡ଼କୁ ମଡ଼ାଇ ଆଣିଥିଲେ। ଭୟଭୀତ ଦେବାନନ୍ଦ ଠିକ୍ ସେ ଗାଡ଼ି ଚଳାଇବାକୁ କହିଥିଲେ। ଏତିକିରେ ଦୁର୍ବୃତ୍ତ ଦ୍ଵୟ ଚିହିଁକି ଉଠିବା ସହିତ ଲୁହାଛଡ଼ ଆଣି ତାଙ୍କ ମୁଣ୍ଡକୁ ଓ ହାତକୁ ଆକ୍ରମଣ କରିଥିଲେ । ସେ ଖସି ପଡ଼ିଥିବା ବେଳେ ତାଙ୍କ ବେକରୁ ୪୦ ଗ୍ରାମର ସୁନା ଚେନ୍ ଓ ମୋବାଇଲ୍ ଛଡ଼ାଇ ନେଇ ଫେରାର୍ ହୋଇ ଯାଇଥିଲେ। ଏନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି।