ପ୍ରତିଭା ଓ ବ୍ୟକ୍ତିତ୍ୱ

ଖୁସି ଖବର! ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ତାଲିକାରେ ଅନୁଗୋଳର ପ୍ରିୟରଞ୍ଜନ

By Angul TV Bureau

October 10, 2026

ଅନୁଗୋଳ: ଅନ୍ତର୍ଜାତୀୟ ସ୍ତରରେ ଅନୁଗୋଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଯୁବ ଗବେଷକ ପ୍ରିୟରଞ୍ଜନ ଶତପଥୀ। ସମଲ ଥାନା ଅନ୍ତର୍ଗତ ଏକଘରିଆ ଗ୍ରାମର ଏହି ୩୨ ବର୍ଷୀୟ ଗବେଷକ ୨୦୨୬ ମସିହାର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ–ଏଲ୍‌ସେଭିଅର୍‌ ପକ୍ଷରୁ ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି।

ବର୍ତ୍ତମାନ ସେ ମାଲେସିଆର ୟୁନିଭର୍ସିଟି ତେନାଗା ନାସିଓନାଲ୍‌ (ୟୁନିଟେନ୍‌)ରେ ଗବେଷଣା କରୁଛନ୍ତି। ଶକ୍ତି ଓ ବୈଦ୍ୟୁତିକ ଇଞ୍ଜିନିୟରିଂ ତାଙ୍କ ଗବେଷଣାର ମୁଖ୍ୟ କ୍ଷେତ୍ର। ସୌର ଶକ୍ତି, ନବୀକରଣଯୋଗ୍ୟ ଶକ୍ତି, ଶକ୍ତି ଇଲେକ୍ଟ୍ରୋନିକ୍ସ, ଯନ୍ତ୍ର ଶିକ୍ଷଣ ଓ ବୈଦ୍ୟୁତିକ ଯାନ ଉପରେ ସେ ଗବେଷଣା କରିଆସୁଛନ୍ତି।ପ୍ରିୟରଞ୍ଜନ ଏସ୍‌ଓଏ ବିଶ୍ୱବିଦ୍ୟାଳୟରୁ ବୈଦ୍ୟୁତିକ ଇଞ୍ଜିନିୟରିଂରେ ପିଏଚ୍‌ଡି ହାସଲ କରିଛନ୍ତି। ଗବେଷଣା ପ୍ରକାଶନ, ଉଦ୍ଧୃତି ଓ ଏଚ୍‌-ସୂଚକାଙ୍କ ଭଳି ମାନଦଣ୍ଡ ଆଧାରରେ ଏହି ତାଲିକା ପ୍ରସ୍ତୁତ ହୋଇଥାଏ। ତାଙ୍କର ଏହି ସଫଳତାରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇବା ସହ ଯୁବପିଢ଼ିଙ୍କ ପାଇଁ ସେ ପ୍ରେରଣା ପାଲଟିଛନ୍ତି।