ମୁଖ୍ୟ ଖବର

ଖୁସି ଖବର: ଅନୁଗୁଳ ପୌରପାଳିକାରେ ହେବ ଗୋଶାଳା

By Biswaranjan Pattnaik

September 17, 2025

ଅନୁଗୁଳ: ଅନୁଗୁଳ ସହର ଭିତରେ ଏକ କାଞ୍ଜିଆହୁଦା ଅବା ଏକ ଗୋଶାଳା ପାଇଁ ହୋଇ ଆସିଥିବା ଦାବୀ ଏବେ ପୂରଣ ହେବାକୁ ଯାଉଛି। ଅନୁଗୁଳ ସହର ଭିତରେ ଏବଂ ରାଜରାସ୍ତାରେ ପଲ ପଲ ବୁଲା ଗାଈ-ଗୋରୁ ଓ ଷଣ୍ଢଙ୍କ ଦୌରତ୍ମ୍ୟ ଯୋଗୁଁ କେବଳ ଦୁର୍ଘଟଣା ଯେ ଘଟୁଛି ତାହା ନୁହଁ ଅନେକ ଗୋମାତା ଏବଂ ବୃଷଭ ଏଥିରେ ସିଧାସଳଖ ମୃତାହତ ମଧ୍ୟ ହେଉଛନ୍ତି।

ଏ ପ୍ରସଙ୍ଗରେ ଆନିମଲ ୱେଲ୍ଫେୟାର ଟ୍ରଷ୍ଟ ଏବଂ ଅନ୍ୟ ସ୍ବେଚ୍ଛାସେବୀ ମାନେ ବହୁବାର ସ୍ମାରକ ଦେବାପରେ ଶେଷରେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ଅର୍ଥ ମଞ୍ଜୁର ମଧ୍ୟ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ପ୍ରାୟ ୪୮ ଲକ୍ଷ ଟଙ୍କା ବ୍ୟୟରେ ୧୨ ନମ୍ବର ୱାର୍ଡରେ ଏହି ଗୋଶାଳା କରାଯିବ ବୋଲି ଜଣାପଡିଛି।