ମୁଖ୍ୟ ଖବର

ସାତକୋଶିଆ ଗଣ୍ଡରେ ପୁଣି ୩୦ରୁ ଊର୍ଦ୍ଧ୍ଵ ଛୁଆ ଦେଲେ ଘଡ଼ିଆଳ

By Angul TV Bureau

May 26, 2023

ଅନୁଗୁଳ: ସାତକୋଶିଆରେ କ୍ରମାଗତ ତୃତୀୟ ଥର ପାଇଁ ଘଡ଼ିଆଳ ପ୍ରଜନନ ସଫଳ ହୋଇଛି। ଗୁରୁବାର ଅଣ୍ଡା ଫୁଟି ଘଡ଼ିଆଳ କୁମ୍ଭୀର ଛୁଆ ବାହାରିଛନ୍ତି। ମା’ କୁମ୍ଭୀର ସହ ଛୁଆଗୁଡିକ ଖେଳୁଥିବାର ଫଟୋ ବନ ବିଭାଗର କ୍ୟାମେରାରେ କଏଦ କରିଛି। ସାତକୋଶିଆ ଗଣ୍ଡର ବଳଦମରା ନିକଟରେ ୩୦ ରୁ ୩୫ ଘଡ଼ିଆଳ ଛୁଆ ବାହାରିଥିବା ସାତକୋଶିଆ ଡିଏଫଓ ସରୋଜ କୁମାର ପଣ୍ଡା ସୂଚନା ଦେଇଛନ୍ତି।

ପ୍ରକାଶ ଯେ ବିଲୁପ୍ତପ୍ରାୟ ଘଡ଼ିଆଳ କୁମ୍ଭୀର ୨୦୨୧ ମସିହାରୁ ସଫଳତାର ସହ ଅଣ୍ଡା ଫୁଟାଇ ଆସୁଛି। ଦୀର୍ଘ ୪୦ ବର୍ଷ ପରେ ପ୍ରଥମେ ୨୦୨୧ ମସିହାରେ ୩୮ ଛୁଆ ଦେଇ ଥିବାବେଳେ ୨୦୨୨ ରେ ୨୮ ଟି ଛୁଆ ଏବଂ ଚଳିତ ବର୍ଷ ୩୦ରୁ ୩୫ ଛୁଆ ଅଣ୍ଡା ଫୁଟି ବାହାରିଛନ୍ତି। ଏହା ସାରା ଓଡ଼ିଶାରେ ଏକ ରେକର୍ଡ ବୋଲି ଡିଏଫଓ କହିଛନ୍ତି।