ଅନୁଗୁଳ: ୬୯ ତମ ଜାତୀୟ କ୍ରୀଡ଼ାକୁ ମନୋନୀତ ହୋଇଛନ୍ତି ଅନୁଗୁଳ ଜିଲ୍ଲା କିଶୋରନଗର +୨ କଲେଜର ପ୍ରଥମ ବର୍ଷର କଳା ଛାତ୍ରୀ ସୁମତି ମୁଣ୍ଡା ଓ ସ୍ମୃତି ନାୟକ। ଉଭୟେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ୧୯ ବର୍ଷରୁ କମ୍ ବାଳିକା ବର୍ଗରେ କ୍ରିକେଟ ଖେଳ ପାଇଁ ମନୋନୀତ ହୋଇଛନ୍ତି। ସେହିପରି ବଇଣ୍ଡା କଲେଜର ଛାତ୍ରୀ ଶିବାନୀ ନାୟକ ମଧ୍ୟ ମନୋନୀତ ହୋଇଛନ୍ତି। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ଗୋଆଲିୟର ଠାରେ ଅନୁଷ୍ଠିତ କ୍ରୀଡ଼ାରେ ଭାଗନେବା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ କ୍ରୀଡ଼ା ଅଧ୍ୟାପକ ଦିଲ୍ଲୀପ ମହାରଣାଙ୍କ ଉଦ୍ୟମକୁ ବେଶ୍ ପ୍ରଶଂସା କରାଯାଉଛି।