ଅନ୍ୟାନ୍ୟ

ତାଳଚେର ଉପଖଣ୍ଡସ୍ତରୀୟ ଗୋପାଳ ସମାଜ ବୈଠକ ଆୟୋଜିତ, ନୂତନ ସଦସ୍ୟ ମନୋନୀତ

By Angul TV Bureau

April 07, 2024

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡସ୍ତରୀୟ ରାଧାରମଣପୁର ଗ୍ରାମର ଶିବ ମନ୍ଦିର ନିକଟସ୍ଥ ଆମ୍ବତୋଟାରେ ରବିବାର ଗୋପାଳ ସମାଜର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି l ସଭାପତି ଉଗ୍ରସେନ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋପାଳ ଜାତିର କଳା, ସଂସ୍କୃତି, ଐତିହ୍ଯ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯାଇଥିଲା l

ସଭାପତି ଶ୍ରୀ ବେହେରା ଗୋପାଳଗୌଡ଼ ଜାତି ସାମାଜିକ ସଂଗଠନକୁ ସକ୍ରିୟ କରିବା ପାଇଁ ଏକ ସ୍ଵତନ୍ତ୍ର କମିଟି ଆଗତ କରି ସଦସ୍ୟଙ୍କୁ ମନୋନୀତ କରାଯାଇଛି l ଏହି ନୂତନ କମିଟି ପକ୍ଷରୁ ଉଗ୍ରସେନ ବେହେରାଙ୍କୁ ସଭାପତି, ଉପ ସଭାପତି ଭାବେ ବିଶ୍ଵଜିତ ବେହେରା, କୃପାସିନ୍ଧୁ ବେହେରା, ବଳଭଦ୍ର ଭୂତିଆ, ଛବିରାମ ଭୂତିଆ, ସୁଦର୍ଶନ ସାହୁ, କଣିହାଁ ବ୍ଲକରୁ ପ୍ରତାପ ଚନ୍ଦ୍ର ପରିଡାଙ୍କୁ ମନୋନୀତ କରାଯାଇଛି l ସମ୍ପାଦକ ଭାବେ କଣିହାଁ ବ୍ଲକରୁ ଅଲେଖ ଭୂତିଆ, ତାଳଚେର ବ୍ଲକରୁ ଅଭିରାମ ବେହେରାଙ୍କୁ ଚୟନ କରାଯାଇଛି I ଉପଦେଷ୍ଟା ଭାବେ ତାଳଚେର ଅଟୋନୋମସ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ବିନୟ କୁମାର ଖିଲାର, ରମେଶ ଚନ୍ଦ୍ର ଭୂତିଆ, ଅବସରପ୍ରାପ୍ତ ଏମ୍ ସି ଏଲ୍ ର ଆସିଷ୍ଟାଣ୍ଟ ମ୍ୟାନେଜର ବିକ୍ରମ ଚନ୍ଦ୍ର ବେହେରା, ପ୍ରାକ୍ତନ ସରପଞ୍ଚ ସୁନୀଲ କୁମାର ପ୍ରଧାନ, ଗିରୀଶ ଚନ୍ଦ୍ର ଭୂତିଆ, ନେତ୍ରାନନ୍ଦ ବେହେରାକୁ ମନୋନୀତ କରାଯାଇଛି l

କାର୍ଯ୍ୟକ୍ରମକୁ ଦେଉଳବେଡା ଗୋପାଳ ସମାଜର ସଭାପତି ଗିରୀଶ ଚନ୍ଦ୍ର ଭୂତିଆ ପରିଚାଳନା କରିଥିବା ବେଳେ ଚାଇଁପlଲ ଗ୍ରାମ ସମ୍ପାଦକ କୁବେର ଭୂତିଆ, ରାଧାରମଣପୁର ନରହରି ବେହେରା ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l ଉତ୍କଳ ଗୋପାଳ ସମାଜ ର ସାଧାରଣ ସମ୍ପାଦକ ଓ ଉପଖଣ୍ଡ ର ଉପ ସଭାପତି ପ୍ରତାପ ଚନ୍ଦ୍ର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ l