ଅନୁଗୋଳ: ଅନୁଗୋଳର ରନ୍ତଲେଇସ୍ଥିତ ଶ୍ରୀ ଗୋପାଳ ଗୋଶାଳା ପରିସରରେ ପବିତ୍ର ଗୋପାଷ୍ଟମୀ ଅବସରରେ ରଜତ ଜୟନ୍ତୀ ମହୋତ୍ସବ ମଙ୍ଗଳବାର ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି।
ଏହି ଉତ୍ସବରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଏବଂ ପୁରୀ ଋଷିକୁଳ ଆଶ୍ରମର ଅଧ୍ୟକ୍ଷ ସ୍ୱାମୀ ଜୀବନ ମୁକ୍ତାନନ୍ଦଜୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ବିଧାୟକ ଶ୍ରୀ ପ୍ରଧାନ ଗୋମାତା ପୂଜନ ଓ ତୁଳାଦାନ କରିବା ସହ ବିଧାୟକ ପାଣ୍ଠିରୁ ନିର୍ମିତ ନୂତନ କାଓ ସେଡ୍ର ଉଦ୍ଘାଟନ କରିଥିଲେ।
ଗୋଶାଳାର ସଭାପତି ଲଡୁକେଶ୍ୱର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ସମ୍ପାଦକ ରାମକିସନ ବଂଶଲ, ଉପଦେଷ୍ଟା ଅଶୋକ ମୁରାର୍କା, ଜିତୁ ଗୁପ୍ତା, ଗୋପାଳ ମୁଦ୍ରା, ସନ୍ତୋଷ ମୋଦି, ବିଷ୍ଣୁ ତୁଳସୀୟାନ, ମିଡିଆ ସଂଯୋଜକ ଚନ୍ଦ୍ରକାନ୍ତ ଧଳ, ମାତୃଶକ୍ତି ଅଧ୍ୟକ୍ଷା ନିଲୁ ଗୁପ୍ତା ଓ ଲମ୍ବୋଦର ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଏହି ଅବସରରେ ଗୋଶାଳାର ମାତୃଶକ୍ତି ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହ ହନୁମାନ ଚାଳିଶା ପାଠ, ଗୋମାତା ପୂଜନ ଓ କାମଧେନୁ ଯଜ୍ଞ ଆଦି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।