ଅନ୍ୟାନ୍ୟ

ବାଳିକା ଉଚ୍ଚ ବିଦ୍ୟାଳୟରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

By Biswaranjan Pattnaik

April 26, 2023

ଅନୁଗୁଳ: ଆଜି ସକାଳେ ଅନୁଗୁଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ସମାରୋହକୁ ଉନ୍ମୋଚିତ କରିଥିଲେ।ଗୋପବନ୍ଧୁଙ୍କ ସେବା,ତିତୀକ୍ଷା,ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଅବଦାନ,ସାମ୍ବାଦିକତା ଆଦି କ୍ଷେତ୍ରରେ ତାଙ୍କର ବଳିଷ୍ଠ ଭୂମିକା ଉପରେ ଆଲୋକପାତ କରିଥିଲେ। ସମାରୋହରେ ଏଡିଇଓ ପ୍ରତିଭା ବାରିକ,ସମାଜ ଅନୁଗୁଳ ସଂସ୍କରଣର ଶାଖା ପ୍ରବନ୍ଧକ ସୁକାନ୍ତ ମିଶ୍ରଙ୍କ ସମେତ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଏବଂ ସହକାରୀ ଶିକ୍ଷୟିତ୍ରୀଗଣ ଉପସ୍ଥିତ ଥିଲେ। ପ୍ରକାଶଯୋଗ୍ୟ ଯେ ପ୍ରତିମୂର୍ତ୍ତିଟି ସମାଜ ପରିଚାଳନା ସଂସ୍ଥା ପକ୍ଷରୁ ସ୍କୁଲକୁ ପ୍ରଦାନ କରାଯାଇଛି ।