ମୁଖ୍ୟ ଖବର

ସରକାରୀ ଜମି ଜବରଦଖଲ ସମସ୍ୟା ବଢୁଛି

By Biswaranjan Pattnaik

March 03, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ସରକାରୀ ଜମି ଜବରଦଖଲ ମାମଲାରେ ଦୁର୍ନାମ ଅର୍ଜନ କରିଛି।ଏ କ୍ଷେତ୍ରରେ ଓଡ଼ିଶାର ୧୫ ଟି ଜିଲ୍ଲା ମଧ୍ୟରେ ଅନୁଗୁଳ ସ୍ଥାନ ପାଇଛି। ରାଜ୍ୟ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଏକଥା ପ୍ରକାଶ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି। ଏହି ରିପୋର୍ଟ ଅନୁସାରେ ୨୦୧୦ ରୁ ୨୦୨୦ ମଧ୍ୟରେ ରାଜ୍ୟର ଅନୁଗୁଳ, ଢେଙ୍କାନାଳ,ଖୋର୍ଦ୍ଧା, କେଉଁଝର,ବରଗଡ,କେନ୍ଦ୍ରାପଡା ଭଳି ୧୫ ଟି ଜିଲ୍ଲାରର ମୋଟ ୨,୬୭,୨୧୧ ଏକର ଜମି ଜବରଦଖଲ ହୋଇଛି। ୬,୩୮,୧୨୮ ଜଣ ଲୋକ ଜମି ଜବରଦଖଲ କରିଥିବାବେଳେ  ୫,୯୬,୫୯୦ ଟି ମାମଲା ରୁଜୁ ହୋଇଛି। ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାରେ ନେତାଠୁ ଜନତା ସମସ୍ତେ ଏହି ଜବରଦଖଲ ମାମଲାରେ ସମ୍ପୃକ୍ତ ଅଛନ୍ତି।ଅନେକ ଜାଗାରେ ମାଫିଆମାନେ ସରକାରୀ ଜମିକୁ ଲକ୍ଷ ଲକ୍ଷ ଟଙ୍କାରେ ବିକୁଥିବାବେଳେ,ସେଠାରେ ଦୁଇ ତିନି ମହଲା କୋଠା ଘର କରି ଭଡାରେ ଦିଆଯାଇଛି। ପ୍ରଶାସନର ନିରବତା ମାଫିଆମାନଙ୍କୁ ସୁହାଉ ଥିବା ବେଳେ ଏବେ କାର୍ଯ୍ୟାନୁଷ୍ଠାନର ସମୟ ଆସିଛି।