ଅନ୍ୟାନ୍ୟ

ସରକାରୀ ବେତନ ଦାବି: କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ମାଲ୍ୟଗିରି ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ

By Angul TV Bureau

August 21, 2025

ଅନୁଗୁଳ: ରାଜ୍ୟ ସଂଘର ଆହ୍ୱାନ କ୍ରମେ ସରକାରୀ ବେତନ ଦାବିରେ ଅନୁଗୁଳ ଜିଲ୍ଲା ପାଳଲହଡା ମାଲ୍ୟଗିରି ମହାବିଦ୍ୟାଳୟର ପରିଚାଳନା କମିଟି ଦ୍ଵାରା ନିଯୁକ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଅଧ୍ୟାପକ ମନୋଜ କୁମାର ବିଶ୍ୱାଳଙ୍କ କହିବାନୁଯାୟୀ, ୨୦୦୮ରୁ ୨୦୧୮ ମସିହା ଭିତରେ ନିଯୁକ୍ତି ପାଇଥିବା ଅଧ୍ୟାପକ ଅଧ୍ୟାପିକା ଆନ୍ଦୋଳନରେ ସାମିଲ ହେଇଛନ୍ତି। ସରକାରୀ ବେତନ ପାଉଥିବା କର୍ମଚାରୀଙ୍କ ସମାନ ବେତନ ଦାବି କରି ଏହି ଆନ୍ଦୋଳନ ଆରମ୍ଭ ହୋଇଛି। ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଚାଲୁ ରହିବ ବୋଲି ସେ କହିଛନ୍ତି।